Flydubai: ଇସ୍ରାଏଲକୁ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଫ୍ଲାଏଦୁବାଇର ପ୍ରୟାସ: ସୁରକ୍ଷା କାରଣ ଦର୍ଶାଇ ଅନୁରୋଧ ପ୍ରତ୍ୟାଖ୍ୟାନ କଲା ଜେରୁସାଲେମ
ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ କିପରି ମୌଳବାଦୀ ମାନସିକତା ଥିବା ଓମାନର ସହ-ପାଇଲଟ୍ ହମାମ୍ ଅଲ୍-ହମାମି ବିମାନକୁ ଧ୍ବଂସ କରିବାକୁ ଷଡଯନ୍ତ୍ର କରିଥିଲେ।

ଜେରୁସାଲେମ: ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ କିପରି ମୌଳବାଦୀ ମାନସିକତା ଥିବା ଓମାନର ସହ-ପାଇଲଟ୍ ହମାମ୍ ଅଲ୍-ହମାମି ବିମାନକୁ ଧ୍ବଂସ କରିବାକୁ ଷଡଯନ୍ତ୍ର କରିଥିଲେ। ଏହି ସମୟରେ, ରିପୋର୍ଟ ଆସିଛି ଯେ, ସେପ୍ଟେମ୍ବର ୩୦ ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଫ୍ଲାଏଦୁବାଇ ଇସ୍ରାଏଲକୁ ଉଡ଼ାଣ ପୁନଃ ଆରମ୍ଭ କରିବାକୁ ଅନୁମତି ଲାଗି ଅନୁରୋଧ କରିଛି।
ତେବେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି।ରିପୋର୍ଟ ଅନୁଯାୟୀ,ଇସ୍ରାଏଲକୁ ଉଡ଼ାଣ ପୁନଃ ଆରମ୍ଭ କରିବା ପାଇଁ ଅନୁମତି ଅନୁରୋଧ କରି ଫ୍ଲାଏଦୁବାଇ କହିଛି ଯେ, ଘଟଣାର ତଦନ୍ତ ସମାପ୍ତ ହେବାକୁ ଯାଉଛି। ଆମକୁ ଉଡ଼ାଣ ପୁନଃ ଆରମ୍ଭ କରିବାକୁ ଅନୁମତି ଦିଆଯିବା ଉଚିତ୍। ତେବେ ଇସ୍ରାଏଲର ପରିବହନ ମନ୍ତ୍ରୀ ମିରି ରେଗେଭ ସୁରକ୍ଷା କାରଣ ଦର୍ଶାଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଉଡ଼ାଣ ପୁନଃ ଆରମ୍ଭ କରିବାକୁ ଅନୁମତି
ଚ୍ୟାନେଲ ୧୩ ଅନୁଯାୟୀ, ଫ୍ଲାଏଦୁବାଇର ଏକ ବିମାନର ସହ-ପାଇଲଟ୍ ଆତଙ୍କବାଦୀ ଆକ୍ରମଣ ଚେଷ୍ଟା କରିବାର ଗୋଟିଏ ସପ୍ତାହ ପରେ ଫ୍ଲାଏଦୁବାଇର ଅନୁରୋଧ ଆସିଛି। ଏୟାରଲାଇନ୍ସ କହିଛି ଯେ, ଆକ୍ରମଣର ତଦନ୍ତ ଚାଲିଛି ଏବଂ ଅନେକ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଇସ୍ରାଏଲର ପରିବହନ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ମଧ୍ୟ ଆସନ୍ତା ସପ୍ତାହରେ ଦୁବାଇ ଗସ୍ତ କରିବାକୁ ନିମନ୍ତ୍ରଣ କରାଯାଇଛି।
ପରିବହନ ମନ୍ତ୍ରୀ ମିରି ରେଗେଭ ବର୍ତ୍ତମାନ ବିମାନ କମ୍ପାନିର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରିପୋର୍ଟ ଅନୁସାରେ, ଇସ୍ରାଏଲର ପରିବହନ ମନ୍ତ୍ରଣାଳୟ ସୁରକ୍ଷା ପରିସ୍ଥିତି ଏବଂ ବିମାନ କମ୍ପାନି ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ଛାନଭିନ୍ କରୁଛି। ଚ୍ୟାନେଲ ୧୩ ରିପୋର୍ଟ ଅନୁଯାୟୀ, ଆକ୍ରମଣ ପରେ ପ୍ରସ୍ତୁତ ଡ୍ରାଫ୍ଟ ନିୟମ ଅନୁଯାୟୀ, ଅଣ-ଇସ୍ରାଏଲୀ ନାଗରିକମାନଙ୍କୁ ପାଇଲଟ୍ ଏବଂ କ୍ରୁ ସମେତ ଉଡ଼ାଣର ୪୮ ଘଣ୍ଟା ପୂର୍ବରୁ ଏକ ଫର୍ମ ପୂରଣ କରିବାକୁ ପଡିବ, ଯାହା ସରକାରୀ ଅଧିକାରୀମାନଙ୍କ ଦ୍ୱାରା ସମୀକ୍ଷା କରାଯିବ। ନୂତନ ବ୍ୟବସ୍ଥା ଅନୁଯାୟୀ, ରେଡ୍ ବର୍ଗରେ ଥିବା ଦେଶର ନାଗରିକମାନଙ୍କର ଯାଞ୍ଚ୍ ମୋସାଦ ଏବଂ ଶିନ୍ ବେଟ୍ ଗୁପ୍ତଚର ଏଜେନ୍ସି ଦ୍ୱାରା କରାଯିବ।
ସୌଜନ୍ୟ ସମ୍ବାଦ




