ଦେଶ ବିଦେଶ

Flydubai Attack: ଫ୍ଲାଏଦୁବାଇର ଆକ୍ରମଣକାରୀ ଓମାନୀ ପାଇଲଟ ହମାମ୍‌ଙ୍କ ଅଲ୍-କାଏଦା ଲିଙ୍କ୍‌ର ପର୍ଦ୍ଦାଫାସ୍

ୟୁଏଇରୁ ଇସ୍ରାଏଲ ଯାଉଥିବା ଫ୍ଲାଏଦୁବାଇ ବିମାନର କକ୍‌ପିଟରେ ଭାରତୀୟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ଏବଂ ବିମାନକୁ କ୍ରାସ କରିବାକୁ ଆତଙ୍କବାଦୀ ପ୍ରୟାସ କରିଥିବା କୋ-ପାଇଲଟଙ୍କ ପରିଚୟ ପ୍ରକାଶ ପାଇଛି।

ଆବୁଧାବି: ୟୁଏଇରୁ ଇସ୍ରାଏଲ ଯାଉଥିବା ଫ୍ଲାଏଦୁବାଇ ବିମାନର କକ୍‌ପିଟରେ ଭାରତୀୟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ଏବଂ ବିମାନକୁ କ୍ରାସ କରିବାକୁ ଆତଙ୍କବାଦୀ ପ୍ରୟାସ କରିଥିବା କୋ-ପାଇଲଟଙ୍କ ପରିଚୟ ପ୍ରକାଶ ପାଇଛି। ସାଉଦି ଖବରକାଗଜ ଅଲ ଆରବିଆ ମିଳିଥିବା ସୂଚନା ଆଧାରରେ ପ୍ରକାଶ କରିଛି ଯେ, କୋ-ପାଇଲଟଙ୍କୁ ଓମାନର ହମାମ୍ ଆଲହାମାମି ଭାବରେ ଚିହ୍ନଟ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ,ହମାମ୍‌ଙ୍କୁ ତାଙ୍କର ମୌଳବାଦୀ ଚିନ୍ତାଧାରା ଯୋଗୁଁ ଓମାନରେ ବିମାନ ଉଡ଼ାଣ କରିବାକୁ ବାରଣ କରାଯାଇଥିଲା। ଏହାପରେ ସେ ଓମାନ ଛାଡି ସିରିଆରେ ରହୁଥିଲେ।

ବିମାନ ସେବାରୁ ବହିଷ୍କାର କରାଯାଇଥିଲା

ସୂତ୍ର ଅନୁଯାୟୀ, ହମାମ୍ ତାଙ୍କ ଜୀବନର ଅଧିକାଂଶ ସମୟ ଓମାନ ବାହାରେ ରହିଥିଲେ। ୟୁଏଇ ଆସିବା ପୂର୍ବରୁ ସେ ସିରିଆରେ ବହୁ ବର୍ଷ ବିତାଇଥିଲେ। ସେଠାରେ ସେ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ। ଆମେରିକୀୟ ସମ୍ବାଦ ସଂସ୍ଥା ସିଏନଏନ ରିପୋର୍ଟ କରିଛି ଯେ, ଫ୍ଲାଏଦୁବାଇର ଓମାନୀ କୋ-ପାଇଲଟଙ୍କୁ ଗତ ବର୍ଷ ଓମାନର ଜାତୀୟ ବିମାନ ସେବାରୁ ବହିଷ୍କାର କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଏୟାରଲାଇନ୍ସ ଭିତରେ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଅନ୍ୟ ଏକ ସୂତ୍ର ସିଏନଏନକୁ କହିଛି ଯେ ହମାମ୍‌ଙ୍କ ପିତା ଓମାନର ଏବଂ ତାଙ୍କ ମାଆ ସିରିଆର, କିନ୍ତୁ ସେ ସଂଯୁକ୍ତ ଆରବ ଏମିରେଟ୍ସରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜୀବନର ଅନେକ ବର୍ଷ ସେଠାରେ ବିତାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button