ରାଜ୍ୟ

From Struggle to Success: ସଂଘର୍ଷରୁ ସଫଳତା: ଡାକ୍ତର ହେବେ ୫ ଭାଇଭଉଣୀ

ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ। ଅଭାବ ଓ ଅନଟନ ଲକ୍ଷ୍ୟପଥରେ କେବେ ବି ବାଧା ସୃଷ୍ଟି କରିପାରେନି। ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଗାଁ ସିକବାଡ଼ି ଗ୍ରାମରେ।

ଦାରିଙ୍ଗବାଡ଼ି: ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ। ଅଭାବ ଓ ଅନଟନ ଲକ୍ଷ୍ୟପଥରେ କେବେ ବି ବାଧା ସୃଷ୍ଟି କରିପାରେନି। ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଗାଁ ସିକବାଡ଼ି ଗ୍ରାମରେ। ଗୋଟିଏ ଆଦିବାସୀ ଯୌଥ ପରିବାରର ୫ ଜଣ ସନ୍ତାନ ପର୍ଯ୍ୟାୟକ୍ରମେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତର ହେବାର ସ୍ବପ୍ନକୁ ସାକାର କରିବାକୁ ଉଡ଼ାଣ ଭରିଛନ୍ତି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମାନେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଝାଟିମାଟି କୁଡ଼ିଆରେ ସଂଘର୍ଷରୁ ଏହି ସଫଳତା ସାଉଁଟି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସିକବାଡ଼ି ଗ୍ରାମର ବୁର୍ଶି ପ୍ରଧାନ ଓ ଅନସୂୟା ପ୍ରଧାନଙ୍କ ୭ ଜଣ ସନ୍ତାନଙ୍କ ମଧ୍ୟରୁ ୪ ଜଣ ଏବେ ଡାକ୍ତରୀ ପଢ଼ୁଛନ୍ତି। ସେହିପରି ବୁର୍ଶିଙ୍କ ସାନଭାଇ ଯିଶାୟ ପ୍ରଧାନ ଓ  ରଜନ୍ତି ପ୍ରଧାନଙ୍କ ୫ ସନ୍ତାନଙ୍କ ମଧ୍ୟରୁ ଜଣେ ଝିଅ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ୁଛନ୍ତି। ଦୁଇ ଭାଇ ବୁର୍ଶି ଓ ଯିଶାୟ ଅଭାବ ଅନଟନ ଭିତରେ ଚଳି ଆସୁଛନ୍ତି। ତଥାପି ମୋଟ ୫ ଭାଇଭଉଣୀ ଏବେ ମେଡିକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ପରିବାରର ବଡ଼ପୁଅ ବିଭୀଷଣ ପ୍ରଧାନ ପ୍ରଥମେ ଡାକ୍ତରୀ ପରୀକ୍ଷାରେ ସଫଳ ହୋଇ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପାଠପଢ଼ା ସାରିଛନ୍ତି। ବର୍ତ୍ତମାନ ସେ ଇଣ୍ଟର୍ନସିପ୍ କରୁଛନ୍ତି। ତାଙ୍କ ସାନଭଉଣୀ ମୋନାଲିସା ପ୍ରଧାନ ମଧ୍ୟ ସେହି ମେଡିକାଲ କଲେଜରେ ଦ୍ୱିତୀୟବର୍ଷରେ ପଢ଼ୁଛନ୍ତି। ଚଳିତବର୍ଷ ପୁଣି ବୁର୍ଶିଙ୍କ ଝିଅ ସୁନେମି ପ୍ରଧାନ ଓ ପୁଅ ଏସରୟ ପ୍ରଧାନ ନିଟ୍‌  ପରୀକ୍ଷାରେ ସଫଳ ହୋଇ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ସେହିପରି ବୁର୍ଶିଙ୍କ ସାନଭାଇ ଯିଶାୟଙ୍କ ଝିଅ ମୀନାକ୍ଷୀ ପ୍ରଧାନ ମଧ୍ୟ ଡାକ୍ତରୀ ପରୀକ୍ଷାରେ ସଫଳ ହୋଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button