ନୂଆଦିଲ୍ଲୀ: ଖାଦ୍ୟ ନିୟନ୍ତ୍ରଣ ପାଇଁ ଭାରତର ସର୍ବୋଚ୍ଚ ସଂସ୍ଥା ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଖାଦ୍ୟ ବିଶ୍ଳେଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ୧୧ତମ ଖାଦ୍ୟ ବିଶ୍ଳେଷକ ପରୀକ୍ଷା ୨୦୨୫ ଅଧୀନରେ କରାଯାଉଛି। ଅନଲାଇନ୍ ଆବେଦନ ଜାନୁଆରି ୨୨ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ବିଶେଷ ଭାବରେ ଖାଦ୍ୟ ସୁରକ୍ଷା ଏବଂ ବିଜ୍ଞାନ ସମ୍ବନ୍ଧୀୟ କ୍ଷେତ୍ରରେ ସରକାରୀ ଚାକିରି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରକାରୀ ୱେବସାଇଟ୍, fssai.gov.inରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।
Fssai Recruitment: ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ
ଖାଦ୍ୟ ସୁରକ୍ଷା ଏବଂ ବିଜ୍ଞାନ ସମ୍ବନ୍ଧୀୟ କ୍ଷେତ୍ରରେ ସରକାରୀ ଚାକିରି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରକାରୀ ୱେବସାଇଟ୍, fssai.gov.inରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।
