ଟଚ୍ସ୍କ୍ରିନ୍ ଆସିବା ପରେ କିପ୍ୟାଡ୍ ବା କିବୋର୍ଡ ଥିବା ମୋବାଇଲ ଫୋନ୍ ଏକପ୍ରକାର ଉଭେଇଯାଇଛି। ତେବେ ବଟନ୍ କିବୋର୍ଡ ପ୍ରତି ଗୋଟିଏ ଗୋଷ୍ଠୀର ଦୁର୍ବଳତା ଏବେ ମଧ୍ୟ ରହିଛି। ତାହାର ପ୍ରମାଣ ମିଳିଥିଲା କ୍ଲିକ୍ସ କମ୍ପାନି ଦୁଇ ବର୍ଷ ତଳେ ବିକ୍ରି ଆରମ୍ଭ କରିଥିବା ‘କିବୋର୍ଡ’ ନାମକ ଗ୍ୟାଜେଟ୍ ପ୍ରତି ଲୋକଙ୍କ ଆଗ୍ରହରୁ। ଏହି ଉପକରଣଟି ଆଇଫୋନ୍ ଭଳି ସ୍ମାର୍ଟଫୋନ୍ ସହ ଯୋଡ଼ିହୋଇ ଟାଇପ୍ କରିବାର ଅଭିଜ୍ଞତାକୁ ରୋଚକ କରିଥାଏ। ଏହି ଆଗ୍ରହକୁ ଦୃଷ୍ଟିରେ ରଖି କ୍ଲିକ୍ସ କମ୍ପାନି କମ୍ୟୁନିକେଟର୍ ନାମକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସମ୍ପର୍କରେ ଘୋଷଣା କରିଛି। ଏହି ଫୋନ୍ରେ ୪.୦୩ ଇଞ୍ଚର ଏକ ବର୍ଗାକାର ଓଏଲ୍ଇଡି ପରଦା ଲାଗିଛି। ଏହାକୁ ଏକ ସ୍ବୟଂସଂପୂର୍ଣ୍ଣ ଫୋନ୍ ଭାବେ ବ୍ୟବହାର କରିହେବ, କିନ୍ତୁ ଦୁଇଟି ଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।
ସୌଜନ୍ୟ ସମ୍ବାଦ
