ସୋନପୁର (ବିଧାନ ବଳ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଚୋରା ଚାଲାଣ ପାଇଁ ମରାଡ଼ୁଗୋଛା ତେଲନଦୀ କୂଳରେ ଗଚ୍ଛିତ ରଖିଥିବା ବେଳେ ତରଭା ପୁଲିସ ମାଡ଼ି ବସିଛି। ସେଠାରେ ଥିବା ପ୍ରାୟ ୮/୧୦ ଜଣ ମାଫିଆ ପୁଲିସକୁ ଦେଖି ଫେରାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଣ୍ଟାମାଳ ଥାନା ବନ୍ଧପାଲି ଗ୍ରାମର ଗଞ୍ଜେଇ ମାଫିଆ ରାମ ସାହୁକୁ ଚିହ୍ନଟ କରିଛି।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ୫୦ କି.ଗ୍ରା ୧୦୦ ଗ୍ରାମ ଥିବା ଜଣାଯାଇଛି। ଏସପି ନାରାୟଣ ନାୟକ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ସୋମବାର ସକାଳ ପ୍ରାୟ ୯ଟା ସମୟରେ ଆଇଆଇସି ଅନିତା କିଡୋ ସଦଳବଳେ ମରାଡୁଗୋଛା, ଲକ୍ଷ୍ମୀମୁଣ୍ଡା, ଗୁଞ୍ଜିମୁଣ୍ଡା ଓ ଦେଓଗାଁ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ।
ବିଶ୍ବସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣର ସୂଚନା ପାଇଁ ଚଢ଼ଉ କରିଥିଲେ। ଦୁଇଟି ବଡ଼ ବ୍ୟାଗରେ ମୋଟ ୫୦ଟି ଛୋଟ ପ୍ୟାକେଟ ରହିଥିଲା। ଏନେଇ ତରଭା ପୁଲିସ ଏକ ମାମଲା(କେସ ନଂ ୧୦୯/୨୩.୩.୨୦୨୬) ରୁଜୁ କରି ମାଫିଆଙ୍କୁ ଖୋିଜୁଛି। ଜବତ ଗଞ୍ଜେଇର ବଜାର ଦର ୫ ଲକ୍ଷ ୧ ହଜାର ୧୦୦ ଟଙ୍କା ଆକଳନ କରାଯାଇଛି।
ସୌଜନ୍ୟ ସମ୍ବାଦ
