Kamalesh Kumari: ସାହସ ଓ ବୀରତ୍ବର ପ୍ରତୀକ: କମଳେଶ କୁମାରୀ
୨୦୦୧ ମସିହା, ଡିସେମ୍ବର ମାସ ୧୩ ତାରିଖ, ଭାରତ ତାହାର ସବୁଠାରୁ ମର୍ମାନ୍ତିକ ଓ ବିପଜ୍ଜନକ ଆକ୍ରମଣର ସାକ୍ଷୀ ହୁଏ, ଯେତେବେଳେ ୫ଜଣ ଭାରୀ ଅସ୍ତ୍ରଶସ୍ତ୍ରଧାରୀ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନୂଆଦିଲ୍ଲୀର ସଂସଦ ଉପରେ ଆକ୍ରମଣ କରନ୍ତି।ଉପସ୍ଥାପନା: ପ୍ରଦୀପ କୁମାର ରାୟ ୨୦୦୧ ମସିହା, ଡିସେମ୍ବର ମାସ ୧୩ ତାରିଖ, ଭାରତ ତାହାର ସବୁଠାରୁ ମର୍ମାନ୍ତିକ ଓ ବିପଜ୍ଜନକ ଆକ୍ରମଣର ସାକ୍ଷୀ ହୁଏ, ଯେତେବେଳେ ୫ଜଣ ଭାରୀ ଅସ୍ତ୍ରଶସ୍ତ୍ରଧାରୀ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନୂଆଦିଲ୍ଲୀର ସଂସଦ ଉପରେ ଆକ୍ରମଣ କରନ୍ତି। ସଂସଦର ଶୀତକାଳୀନ ଅଧିବେଶନ ସ୍ଥଗିତ ହେବାର ମାତ୍ର କେଇ ମିନିଟ୍ ପରେ ହିଁ ଏବଂ ଯେତେବେଳେ ଶ୍ରୀଯୁକ୍ତ ଲାଲକୃଷ୍ଣ ଆଡ଼ଭାନୀ ଓ ଯଶୋବନ୍ତ ସିଂହଙ୍କ ପରି ନେତାମାନେ ସଂସଦ ଭବନ ଭିତରେ ଥିଲେ, ସେତେବେଳେ ଅତର୍କିତ ଭାବେ ହୋଇଥିବା ଆକ୍ରମଣ ଭାରତୀୟ ଗଣତନ୍ତ୍ରର ଭିତ୍ତିକୁ ଦୋହଲାଇ ଦେଇଥିଲା। ଏହାପରେ ଯାହା ଘଟିଥିଲା ତାହା ଥିଲା ଭୟ, ସାହସ ଓ ଚୂଡ଼ାନ୍ତ ତ୍ୟାଗର ଏକ ମୁହୂର୍ତ୍ତ। ସେଦିନ ସାହସୀ ରକ୍ଷକମାନଙ୍କ ଭିତରେ ଥିଲେ ସିଆର୍ପିଏଫ୍ କନଷ୍ଟେବଳ କମଳେଶ କୁମାରୀ ଯାଦବ, ଯିଏକି ମନ୍ତ୍ରୀ, ସାଂସଦ ଓ ଭିଆଇପିମାନଙ୍କର ପ୍ରବେଶଦ୍ବାର, ଆଇରନ୍ ଗେଟ୍ ନମ୍ବର-୧ରେ ମୁତୟନ ହୋଇଥିଲେ। ଆତଙ୍କବାଦୀମାନଙ୍କ ଦ୍ବାରା ଗୁଳିବର୍ଷଣ ହେବା ସଙ୍ଗେ ସଙ୍ଗେ ସେ ଜଣେ ଆତଙ୍କବାଦୀକୁ ଗେଟ୍ଆଡ଼କୁ ଧାଇଁ ଆସୁଥିବା ଦେଖିବାକୁ ପାଇଲେ ଏବଂ ତତ୍କ୍ଷଣାତ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କଲେ। କମଳେଶଙ୍କର ସତର୍କତା ଓ ଦ୍ରୁତ ପଦକ୍ଷେପ ହେତୁ ଆକ୍ରମଣକାରୀମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତି ଯାହାଫଳରେ ଅସଂଖ୍ୟ ଜୀବନ ସେଦିନ ରକ୍ଷା ପାଇଯାଏ। କର୍ତ୍ତବ୍ୟରତ ଅବସ୍ଥାରେ ୧୧ଟି ଗୁଳି ତାଙ୍କ ଶରୀରରେ ବିଦ୍ଧ ହୁଏ ଏବଂ ସଂସଦ ଆକ୍ରମଣ କାଳରେ ପ୍ରଥମେ ସହିଦ ହୁଅନ୍ତି। ତାଙ୍କର ଆତ୍ମତ୍ୟାଗ ଭାରତର ନିରାପତ୍ତା ବାହିନୀର ପ୍ରକୃତ ଚେତନାକୁ ପ୍ରତିଫଳିତ କରେ; ନିର୍ଭୀକ, ନିଃସ୍ବାର୍ଥପର ଏବଂ ଦେଶକୁ ରକ୍ଷା କରିବା ପାଇଁ ସେମାନଙ୍କର ଅଙ୍ଗୀକାର ଅଟଳ। ମୃତ୍ୟୁର ମୁହାଁମୁହିଁ ହୋଇ ମଧ୍ୟ କମଳେଶ କୁମାରୀ ନିଜ ଦେଶ ପାଇଁ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ।

ଉପସ୍ଥାପନା: ପ୍ରଦୀପ କୁମାର ରାୟ
୨୦୦୧ ମସିହା, ଡିସେମ୍ବର ମାସ ୧୩ ତାରିଖ, ଭାରତ ତାହାର ସବୁଠାରୁ ମର୍ମାନ୍ତିକ ଓ ବିପଜ୍ଜନକ ଆକ୍ରମଣର ସାକ୍ଷୀ ହୁଏ, ଯେତେବେଳେ ୫ଜଣ ଭାରୀ ଅସ୍ତ୍ରଶସ୍ତ୍ରଧାରୀ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନୂଆଦିଲ୍ଲୀର ସଂସଦ ଉପରେ ଆକ୍ରମଣ କରନ୍ତି। ସଂସଦର ଶୀତକାଳୀନ ଅଧିବେଶନ ସ୍ଥଗିତ ହେବାର ମାତ୍ର କେଇ ମିନିଟ୍ ପରେ ହିଁ ଏବଂ ଯେତେବେଳେ ଶ୍ରୀଯୁକ୍ତ ଲାଲକୃଷ୍ଣ ଆଡ଼ଭାନୀ ଓ ଯଶୋବନ୍ତ ସିଂହଙ୍କ ପରି ନେତାମାନେ ସଂସଦ ଭବନ ଭିତରେ ଥିଲେ, ସେତେବେଳେ ଅତର୍କିତ ଭାବେ ହୋଇଥିବା ଆକ୍ରମଣ ଭାରତୀୟ ଗଣତନ୍ତ୍ରର ଭିତ୍ତିକୁ ଦୋହଲାଇ ଦେଇଥିଲା। ଏହାପରେ ଯାହା ଘଟିଥିଲା ତାହା ଥିଲା ଭୟ, ସାହସ ଓ ଚୂଡ଼ାନ୍ତ ତ୍ୟାଗର ଏକ ମୁହୂର୍ତ୍ତ। ସେଦିନ ସାହସୀ ରକ୍ଷକମାନଙ୍କ ଭିତରେ ଥିଲେ ସିଆର୍ପିଏଫ୍ କନଷ୍ଟେବଳ କମଳେଶ କୁମାରୀ ଯାଦବ, ଯିଏକି ମନ୍ତ୍ରୀ, ସାଂସଦ ଓ ଭିଆଇପିମାନଙ୍କର ପ୍ରବେଶଦ୍ବାର, ଆଇରନ୍ ଗେଟ୍ ନମ୍ବର-୧ରେ ମୁତୟନ ହୋଇଥିଲେ। ଆତଙ୍କବାଦୀମାନଙ୍କ ଦ୍ବାରା ଗୁଳିବର୍ଷଣ ହେବା ସଙ୍ଗେ ସଙ୍ଗେ ସେ ଜଣେ ଆତଙ୍କବାଦୀକୁ ଗେଟ୍ଆଡ଼କୁ ଧାଇଁ ଆସୁଥିବା ଦେଖିବାକୁ ପାଇଲେ ଏବଂ ତତ୍କ୍ଷଣାତ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କଲେ। କମଳେଶଙ୍କର ସତର୍କତା ଓ ଦ୍ରୁତ ପଦକ୍ଷେପ ହେତୁ ଆକ୍ରମଣକାରୀମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତି ଯାହାଫଳରେ ଅସଂଖ୍ୟ ଜୀବନ ସେଦିନ ରକ୍ଷା ପାଇଯାଏ। କର୍ତ୍ତବ୍ୟରତ ଅବସ୍ଥାରେ ୧୧ଟି ଗୁଳି ତାଙ୍କ ଶରୀରରେ ବିଦ୍ଧ ହୁଏ ଏବଂ ସଂସଦ ଆକ୍ରମଣ କାଳରେ ପ୍ରଥମେ ସହିଦ ହୁଅନ୍ତି। ତାଙ୍କର ଆତ୍ମତ୍ୟାଗ ଭାରତର ନିରାପତ୍ତା ବାହିନୀର ପ୍ରକୃତ ଚେତନାକୁ ପ୍ରତିଫଳିତ କରେ; ନିର୍ଭୀକ, ନିଃସ୍ବାର୍ଥପର ଏବଂ ଦେଶକୁ ରକ୍ଷା କରିବା ପାଇଁ ସେମାନଙ୍କର ଅଙ୍ଗୀକାର ଅଟଳ। ମୃତ୍ୟୁର ମୁହାଁମୁହିଁ ହୋଇ ମଧ୍ୟ କମଳେଶ କୁମାରୀ ନିଜ ଦେଶ ପାଇଁ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ।


