ଦେଶ ବିଦେଶ

Manipur: ନାଗା ପଣବନ୍ଦୀଙ୍କୁ ହତ୍ୟା ଘଟଣାରେ କହିଲେ ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ

ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ଅପହୃତ ଛଅ ଜଣଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପରେ ରାଜ୍ୟ ସରକାର ଏହି ଅତ୍ୟାଚାରର ନୀରବ ଦର୍ଶକ ରହିବେ ନାହିଁ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ କହିଛନ୍ତି।

ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ଅପହୃତ ଛଅ ଜଣଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପରେ ରାଜ୍ୟ ସରକାର ଏହି ଅତ୍ୟାଚାରର ନୀରବ ଦର୍ଶକ ରହିବେ ନାହିଁ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ କହିଛନ୍ତି। ମେ ୧୩ରେ ନାଗା ସମ୍ପ୍ରଦାୟର ଛଅ ଜଣ ସଦସ୍ୟଙ୍କୁ ଲିଲୋନ୍ ଭାଇଫେଇ ଗ୍ରାମରୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା। ଏକ ସରକାରୀ ବିବୃତିରେ ସିଂହ କହିଛନ୍ତି ଯେ ରାଜ୍ୟ ସରକାର ଏଭଳି ହିଂସାକୁ ବରଦାସ୍ତ କରିବେ ନାହିଁ ଏବଂ ଦାୟୀ ଲୋକଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ।

ସେନାପତି ଜିଲ୍ଲାରେ ପ୍ରାୟ ଏକ ମାସ ତଳେ ଅପହୃତ ୧୪ ଜଣ କୁକି ବ୍ୟକ୍ତିଙ୍କୁ ଜୁନ୍ ୯ ତାରିଖରେ ମୁକ୍ତ କରାଯିବାର ଗୋଟିଏ ଦିନ ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ମଣିପୁର ପୁଲିସ, ସିଆର୍‌ପିଏଫ୍ ଓ ଆସାମ ରାଇଫଲ୍ସର ପ୍ରାୟ ୪୫୦ ଜଣ କର୍ମଚାରୀଙ୍କ ଦ୍ବାରା ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଆଜି ଅପରାହ୍ଣରେ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଣିପୁର ପୁଲିସ ବୁଧବାର ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ମୃତକମାନେ ୧୩ ମେ ୨୦୨୬ରେ ଲିଲୋନ୍ ଭାଇଫେଇରୁ ଅପହରଣ କରି ବନ୍ଧକ ରଖାଯାଇଥିବା ଲୋକଙ୍କ ମଧ୍ୟରେ ଥିବା ବିଶ୍ୱାସ କରାଯାଉଛି। ମେ ୧୩ରେ କାଙ୍ଗପୋକପି ଜିଲ୍ଲାରେ ତିନିଜଣ ଚର୍ଚ୍ଚ ନେତାଙ୍କ ହତ୍ୟା ପରେ ଛଅଜଣ ନାଗା ଓ ୧୪ ଜଣ କୁକିଙ୍କୁ ଅପହରଣ କରାଯାଇଥିଲା।

ଏକ୍ସରେ ଏକ ପୃଥକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି: କାଙ୍ଗପୋକପି ଜିଲ୍ଲାର ଲିଲୋନ୍ ଭାଇଫେଇ ଗ୍ରାମରୁ ଅପହୃତ ଛଅ ଜଣ ନିରୀହ ନାଗା ଗ୍ରାମବାସୀଙ୍କ ନିର୍ମମ ହତ୍ୟାରେ ସେ ଗଭୀର ଦୁଃଖିତ। ମଣିପୁର ସରକାର ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିଛନ୍ତି ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଏହି ମାମଲାର ତଦନ୍ତ ଏନ୍‌ଆଇଏ କରୁଛି। ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ। ମଣିପୁରରେ ଶାନ୍ତି, ନିରାପତ୍ତା ଓ ଆଇନର ଶାସନ ପାଇଁ ଆମେ ଆମର ପ୍ରତିବଦ୍ଧତାରେ ଅଟଳ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button