Judgement: ରାଜ୍ୟସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
ମଧ୍ୟପ୍ରଦେଶରେ ଚାଲିଥିବା ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ଓ ଫଳାଫଳ ଘୋଷଣା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ବୋଲି ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମହେଶ...

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଚାଲିଥିବା ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ଓ ଫଳାଫଳ ଘୋଷଣା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ବୋଲି ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମହେଶ କେୱଟଙ୍କ ଓକିଲ କହିଛନ୍ତି। ଅପରପକ୍ଷେ ଆଇନଜୀବୀ ସଙ୍କେତ ଗୁପ୍ତା ଗୁରୁବାର କହିଛନ୍ତି ଯେ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜକୁ ଚ୍ୟାଲେଞ୍ଜ କରି ତାଙ୍କ ଆବେଦନକୁ ଶୁକ୍ରବାର ତାଲିକାଭୁକ୍ତ କରିବାକୁ କୋର୍ଟ ରାଜି ହୋଇଛନ୍ତି।
ଗଣମାଧ୍ୟମକୁ ସମ୍ବୋଧିତ କରି ଆଡ୍ଭୋକେଟ୍ ଗୁପ୍ତା କହିଛନ୍ତି, ଅଭିଷେକ ମନୁ ସିଂଘଭି କୋର୍ଟରେ ଏହି ପ୍ରସଙ୍ଗ ଉଲ୍ଲେଖ କରିଥିଲେ, କିନ୍ତୁ କୋର୍ଟ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଛନ୍ତି, ଆମେ ଆସନ୍ତାକାଲି ଆପଣଙ୍କ ଶୁଣାଣି କରିବୁ। କିନ୍ତୁ ଆମେ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବୁ ନାହିଁ। ଆସନ୍ତାକାଲି ସୁପ୍ରିମ୍କୋର୍ଟରେ ମୀନାକ୍ଷୀ ନଟରାଜନଙ୍କ ଆବେଦନ ଉପରେ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କ ନାମାଙ୍କନପତ୍ର ଖାରଜ ହେବାକୁ ଚ୍ୟାଲେଞ୍ଜ କରି ନଟରାଜନ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୌଜନ୍ୟ ସମ୍ବାଦ




