ଦେଶ ବିଦେଶ

Gen-z: ଜେନ୍‌ ଜି ପିଢିଙ୍କ କଥା ପୁରା ନିଆରା, ଯାହା କହୁଛନ୍ତି ରୋକ୍‌ଠୋକ୍‌

ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ପିଢ଼ି ପରେ ପିଢ଼ି ବଦଳିବା ସହିତ ଅନେକ କିଛି ବଦଳିଛି । ପିଲାଙ୍କ ବ୍ୟବହାରରେ, ଚାଲିଚଳନରେ, ପୋଷକ ପରିଧାନରେ.. ଚିନ୍ତାଧାରାରେ.. ବାସ୍‌ ଏ ସବୁଥିରେ ଆସିଛି ବ୍ୟାପକ ପରିବର୍ତ୍ତନ ।

ନୂଆଦିଲ୍ଲୀ:  ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ପିଢ଼ି ପରେ ପିଢ଼ି ବଦଳିବା ସହିତ ଅନେକ କିଛି ବଦଳିଛି । ପିଲାଙ୍କ ବ୍ୟବହାରରେ, ଚାଲିଚଳନରେ, ପୋଷକ ପରିଧାନରେ.. ଚିନ୍ତାଧାରାରେ.. ବାସ୍‌  ଏ ସବୁଥିରେ ଆସିଛି ବ୍ୟାପକ ପରିବର୍ତ୍ତନ । ଟିକେ ଭାବୁନାହାଁନ୍ତି.. ଚାଲନ୍ତୁନା  ଆମେ ଟିକେ ପଛ ସମୟକୁ ଫେରିଯିବା.. ଯେଉଁ ସମୟରେ ଘରର କେହି ଗୁରୁଜନ ଆମକୁ ଡାକଦେଲେ ସାଙ୍ଗେ ସାଙ୍ଗେ ଆମ ପାଟିରୁ ଆଜ୍ଞା ବାହାରି ଆସୁଥିଲା । ଯେମିତିକି ବାପା କି ବୋଉ  ଆମକୁ ଡାକୁଛନ୍ତି  ଆଉ  ତୁରନ୍ତ  କହିଥାଉ ଆଜ୍ଞା ବାପା.. କି  ଆଜ୍ଞା ବୋଉ..,। ଏହା ଆମେ ଡରରେ କହିନଥାଉ ବରଂ  ଏହା ଆମ ସଂସ୍କାର.. ବାପା ମାଙ୍କ ପ୍ରତି ଥିବା  ଏକ ସମ୍ମାନ ଭରା ଭଲପାଇବା । ଭାଷାରେ ଥିଲା ସଂଯମତା । ବ୍ୟବହାରରେ  ଥିଲା ମଧୁରତା, ଶାଳିନତା । ବାପା ମା, ଗୁରୁଜନଙ୍କ ପ୍ରତି ଥିଲା ସମ୍ମାନ, ଭଲ ପାଇବା ଆଉ ଡ଼ର ମଧ୍ୟ। ସେହି ଡ଼ର ଆମକୁ  ଭାଷାର ସଂଯମତା ଆଉ ବ୍ୟବହାରକୁ ନିୟନ୍ତ୍ରଣରେ ବାନ୍ଧି ରଖୁଥିଲା । ଯାହାକୁ କୁହାଯାଏ ଶିଷ୍ଟାଚାର । କିନ୍ତୁ ଆଜିର ପିଲା ଅର୍ଥାତ୍‌ ଜେନ୍‌ ଜି.. ଜେନ୍‌ ଜି  ପିଢିଙ୍କ କଥା ପୁରା ନିଆରା । ରୋକ୍‌ ଠୋକ୍‌ ଶୁଣାଉଛନ୍ତି…ରୋକଠୋକ କହୁଛନ୍ତି । ନାହିଁ ଡ଼ର ନାହଁ ଭୟ । ଜେନ୍‌ ଜିନ୍‌ଙ୍କ ସହ କଥା ହେବା ପାଇଁ  ଡ଼ର ମଧ୍ୟ ଲାଗୁଛି। ବାପା ଡାକ ଛାଡିଲେ ଜେନ୍‌ ଜି କହୁଛି ଆରେ ଡାଡି.. ଆରେ ୟ୍ୟାର୍‌ ପାପା.. ସତରେ ଆରେ ପାପା  ଆଉ ଆଜ୍ଞା ବାପା.. ଭିତରେ  କେତେ ଫରକ୍‌ ନା.. ଏହି ଜେନ୍‌ ଜି କଣ ବୁଝିବେ ଭାଷାର ସଂଯମତାର ମୂଲ୍ୟ । ଏପଟେ କିଛି କିଛି ଅଭିଭାବକ ଦୁଃଖ ପ୍ରକାଶ କରୁଥିବାଳେ ଆଉ କିଛି ଅଭିଭାବକ ଗର୍ବ କରୁଛନ୍ତି ମୋ ପିଲା କେତେ ମର୍ଡନ!

୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ‘ଜେନ୍-ଜି’ (Gen-Z) ପିଢ଼ି ପରିବର୍ତ୍ତନର ଏକ ବାତ୍ୟା  କହିଲେ  କିଛି ଭୁଲ୍‌ ହେବନି। ଏହି ପିଢି ପାଖରେ ସବୁ ସମ୍ଭବ  ।  ଅସମ୍ଭବକୁ ବି ସମ୍ଭବ କରୁଛି ଜେନ ଜି।  ଭିବିନ୍ନ ଜ୍ଞାନରେ ପରିପୂର୍ଣ୍ଣ ଜେନ୍‌ ଜି ପିଢି। ଗୋଟି ଏ ଅର୍ଥରେ  କହିବାକୁ  ଗଲେ ମଲ୍ଟି ଟାଲେନ୍‌ଟେଡ୍‌ । ଆଉ ଖୁବ୍‌ ଜିଦିଆ ମଧ୍ୟ ଏହି ପିଢି । ଜେନ୍-ଜି ପିଢ଼ିଠାରୁ ସମାଜ ଅନେକ ସକାରାତ୍ମକ ଗୁଣ ଶିଖିପାରେ ଯେମିତି କି ନିର୍ଭୀକତା, ଆତ୍ମବିଶ୍ୱାସ, ନବଚିନ୍ତନ ଓ ସାମାଜିକ ସଚେତନତା । ଏତେ ସବୁ ପରେ ବି  ଭାଷାର ମର୍ଯ୍ୟାଦା, ସଂଯମ ଓ ଶିଷ୍ଟାଚାରର ଅଭାବ  ରହିଛି ଜେନ୍‌ ଜି  ପିଢି ପାଖରେ । ଜେନ୍-ଜି ପିଢ଼ି ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଓ ସ୍ମାର୍ଟଫୋନ୍‌ର ପ୍ରଭାବରେ ବଢ଼ିଛନ୍ତି। ସେମାନେ ସ୍ୱାଧୀନ ଭାବେ ନିଜ ମତ ପ୍ରକାଶ କରିବାରେ ଦକ୍ଷ ଏବଂ ସାମାଜିକ ପ୍ରସଙ୍ଗରେ ସକ୍ରିୟ। କିନ୍ତୁ ବେଳେବେଳେ ସ୍ଲାଙ୍ଗ୍, ବ୍ୟଙ୍ଗ ଓ ଅପମାନଜନକ ଶବ୍ଦର ବ୍ୟବହାର ଭାଷାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରେ। ପ୍ରତିବାଦ କିମ୍ବା ସମାଲୋଚନା କରିବା ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଏହା କେବେ ମଧ୍ୟ ଅଶାଳୀନ କିମ୍ବା ଅପମାନଜନକ ଭାଷାର ଆଶ୍ରୟ ନନେବା ଦରକାର।

ଭାଷାର ସଂଯମ ବ୍ୟକ୍ତିର ପରିପକ୍ୱତାର ପରିଚୟ। ଅନ୍ୟକୁ ସମ୍ମାନ ଦେଇ କଠୋର ପ୍ରଶ୍ନ ପଚାରିବା ସମ୍ଭବ। ସମ୍ବିଧାନ ଆମକୁ ମତ ପ୍ରକାଶର ସ୍ୱାଧୀନତା ଦେଇଛି, କିନ୍ତୁ କାହାର ସମ୍ମାନ ହାନି କରିବାର ଅଧିକାର ଦେଇନାହିଁ। ତେଣୁ ମତଭେଦ ଥିଲେ ମଧ୍ୟ ଭାଷାରେ ସଂଯମ ଓ ଶିଷ୍ଟାଚାର ରହିବା ଆବଶ୍ୟକ। ତେଣୁ ଆଧୁନିକତାକୁ ଗ୍ରହଣ କରିବା ସହିତ ଭାଷାର ଶାଳୀନତା ଓ ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ହିଁ ପ୍ରତ୍ୟେକ ନାଗରିକ, ବିଶେଷକରି ଜେନ୍-ଜି ପିଢ଼ିର ମୂଳ କର୍ତ୍ତବ୍ୟ ରହିବା ଉଚିତ୍‌ ।  ୨୦୨୬ ଜୁଲାଇ ମାସରେ ଜନ୍ତରମନ୍ତରରେ  ହୋଇଥିବା  ପ୍ରଦର୍ଶନର ଭାଷା ଏବଂ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜେନ୍‌ ଜିର ପାୱାର  ଜନ୍ତର ମନ୍ତରରେ ସାରା ଦେଶ ଦେଖିଲା। ମୁଣ୍ଡ ନୁଆଁଇଲେ ବଡ଼ ବଡ଼ ନେତା । ଖାଲି  ଏହି ପିଢ଼ିକୁ ବ୍ୟଙ୍ଗ ଏବଂ ଅପମାନ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ଭାଷାର ସଂଯମତା ବୁଝିବାକୁ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button