ଦେଶ ବିଦେଶ

Heavy Rain Alert: ସାରା ଦେଶରେ ଲଗାଣ ବର୍ଷା, ୟୁପି-ବିହାର ସମେତ ୧୫ଟି ରାଜ୍ୟରେ IMDର ଆଲର୍ଟ

ସାରା ଦେଶରେ ମନସୁନ ବର୍ଷା ଜାରି ରହିଛି। ଉତ୍ତର ପ୍ରଦେଶ ଓ ବିହାର ସମେତ ୧୫ଟି ରାଜ୍ୟରେ ଆଜି ପାଇଁ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରିଛି ଆଇଏମଡି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି, ଯାହା ଫଳରେ ପୂର୍ବ ଏବଂ ପଶ୍ଚିମ ଭାରତରେ ପ୍ରବଳ ବର୍ଷା ଜାରି ରହିଛି।

ନୂଆଦିଲ୍ଲୀ: ସାରା ଦେଶରେ ମନସୁନ ବର୍ଷା ଜାରି ରହିଛି। ଉତ୍ତର ପ୍ରଦେଶ ଓ ବିହାର ସମେତ ୧୫ଟି ରାଜ୍ୟରେ ଆଜି ପାଇଁ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି  କରିଛି  ଆଇଏମଡି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି, ଯାହା ଫଳରେ ପୂର୍ବ ଏବଂ ପଶ୍ଚିମ ଭାରତରେ ପ୍ରବଳ ବର୍ଷା ଜାରି ରହିଛି। ଶନିବାର ଦିନ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦିଆଯାଇଛି।

ଗୁଜରାଟରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଶନିବାର ପାଇଁ ମଧ୍ୟ ସେଠାରେ ପ୍ରବଳ ବର୍ଷାର ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ଗୁଜରାଟର ଅନେକ ଜିଲ୍ଲା ବନ୍ୟା କବଳରେ ଥିବା ବେଳେ ଆସାମରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ୟୁପି-ବିହାର ସମେତ ୧୫ଟି ରାଜ୍ୟରେ ଆଲର୍ଟ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ଭାରତର ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀର ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ଼ବର୍ଷା ଏବଂ ବଜ୍ରପାତ ପାଇଁ ଆଲର୍ଟ ଜାରି କରିଛି । ଏହା ବ୍ୟତୀତ ପାର୍ବତ୍ୟ ରାଜ୍ୟଗୁଡ଼ିକରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବା ସହ ଭୂସ୍ଖଳନ  ହେବାର ଆଶଙ୍କା ପ୍ରକାଶ କରାଯାଇଛି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button