ଦେଶ ବିଦେଶ

Helicopter Crash: ଆମେରିକାରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା: ୩ ମୃତ

ଓରେଗନ୍ ବିମାନବନ୍ଦର ନିକଟରେ ଉଡ଼ାଣ ସମୟରେ ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଭାବେ ଧକ୍କା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଅପରାହ୍ଣରେ ଉତ୍ତର-ପଶ୍ଚିମ ଓରେଗନ୍‌ର ଏକ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ନ୍ୟୁୟର୍କ: ଓରେଗନ୍ ବିମାନବନ୍ଦର ନିକଟରେ ଉଡ଼ାଣ ସମୟରେ ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଭାବେ ଧକ୍କା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଅପରାହ୍ଣରେ ଉତ୍ତର-ପଶ୍ଚିମ ଓରେଗନ୍‌ର ଏକ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ଜଣେ ଛାତ୍ର ପାଇଲଟ୍ ଟ୍ରେନିଂ ନେଉଥିଲେ
ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ୟାମହିଲ୍ କାଉଣ୍ଟି ସେରିଫ୍ ସାମ୍ ଏଲିଅଟ୍ କହିଛନ୍ତି ଯେ, ହେଲିକପ୍ଟରଟି ମଧ୍ୟରୁ ଗୋଟିଏରେ ଦୁଇଜଣ ଥିଲେ, ଟେକ୍ସାସର ଜଣେ ଫ୍ଲାଇଟ୍ ପ୍ରଶିକ୍ଷକ ଓ ୟୁନାଇଟେଡ କିଙ୍ଗଡମ୍‌ର ଜଣେ ଛାତ୍ର ପାଇଲଟ୍ ଟ୍ରେନିଂ ନେଉଥିଲେ।

ଦ୍ୱିତୀୟ ହେଲିକପ୍ଟରରେ ନ୍ୟୁବର୍ଗର କେବଳ ଜଣେ ପାଇଲଟ୍ ଥିଲେ। ସମ୍ପୃକ୍ତ ହେଲିକପ୍ଟରଗୁଡ଼ିକ ମଧ୍ୟରୁ ଗୋଟିଏ ଜେରି ଟ୍ରିମ୍ବଲ୍ ହେଲିକପ୍ଟର ଦ୍ୱାରା ପରିଚାଳିତ ହେଉଥିଲା, ଯାହା ଏକ ଉଡ଼ାଣ ତାଲିମ ବିଦ୍ୟାଳୟ ଓ ଘରୋଇ ହେଲିକପ୍ଟର ଭଡା ସେବା ଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button