ଦେଶ ବିଦେଶ
US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା
ଆମେରିକାରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ପୁଣିଥରେ ସାମରିକ ଆକ୍ରମଣ ହୋଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଓ ଆଞ୍ଚଳିକ ସହଯୋଗୀଙ୍କୁ ପ୍ରସ୍ତୁତ ରହିବାକୁ ଆମେରିକା

ୱାସିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ପୁଣିଥରେ ସାମରିକ ଆକ୍ରମଣ ହୋଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଓ ଆଞ୍ଚଳିକ ସହଯୋଗୀଙ୍କୁ ପ୍ରସ୍ତୁତ ରହିବାକୁ ଆମେରିକା ସତର୍କ କରାଇଛି। ଆକ୍ରମଣ ହେଲେ ଇରାନ ମଧ୍ୟ ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ପ୍ରତିଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଅବଗତ ଦୁଇଜଣ କୂଟନୀତିଜ୍ଞ ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




