ଦେଶ ବିଦେଶ
Trump Health: ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିବାରୁ ରାଗିଗଲେ ଟ୍ରମ୍ପ; ସାମ୍ବାଦିକଙ୍କୁ କଲେ ଅପମାନିତ
ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିବାରୁ ଜଣେ ସାମ୍ବାଦିକଙ୍କ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ପ୍ରଶ୍ନର ଉତ୍ତର ନଦେଇ ସାମ୍ବାଦିକଙ୍କ ଶାରୀରିକ ଗଠନକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି।

ୱାସିଂଟନ:ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିବାରୁ ଜଣେ ସାମ୍ବାଦିକଙ୍କ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ପ୍ରଶ୍ନର ଉତ୍ତର ନଦେଇ ସାମ୍ବାଦିକଙ୍କ ଶାରୀରିକ ଗଠନକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି। ସାମ୍ବାଦିକଙ୍କୁ ଅସୁସ୍ଥ ଓ ଅପରିଷ୍କାର ବୋଲି କହିବା ସହ ତାଙ୍କୁ ତାଙ୍କ ଶରୀରର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ହୋଇଛି।
ସୌଜନ୍ୟ ସମ୍ବାଦ




