ଦେଶ ବିଦେଶ

High Alert: ନିୟନ୍ତ୍ରଣ ରେଖାରେ ସନ୍ଦେହଜନକ କାର୍ଯ୍ୟକଳାପ ନେଇ ହାଇ ଆଲର୍ଟରେ ସେନା: ୧୨ ରାଉଣ୍ଡ ଗୁଳି ଚଳାଇଲେ ଯବାନ

ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ରେ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ସୀମାପାର୍ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି। ଏହାକୁ ନେଇ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ସାୱଜିଆନ୍ ସେକ୍ଟରର କାନାରି ଅଞ୍ଚଳରେ ସୀମାକୁ ଜଗି ରହିଥିବା ଯବାନମାନେ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ...

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ରେ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ସୀମାପାର୍ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି। ଏହାକୁ ନେଇ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ସାୱଜିଆନ୍ ସେକ୍ଟରର କାନାରି ଅଞ୍ଚଳରେ ସୀମାକୁ ଜଗି ରହିଥିବା ଯବାନମାନେ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ। ଡ୍ୟୁଟିରେ ଥିବା ଯବାନମାନେ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ।

ମୃତାହତ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇନାହିଁ
ଏହା ପରେ ସୋମବାର ସକାଳେ ସମଗ୍ର ଅଞ୍ଚଳରେ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ସୁରକ୍ଷା ବାହିନୀ ସନ୍ଦିଗ୍ଧଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି। ସାୱଜିଆନ ସେକ୍ଟରକୁ ଭାରତ-ପାକିସ୍ତାନ ସୀମାର ଏକ ସନ୍ଦେହଜନକ ସେକ୍ଟର ଭାବରେ ବିବେଚନା କରାଯାଇଥାଏ।ଏହି ସେକ୍ଟର ହେଉଛି ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ପାଇଁ ଭାରତରେ ପ୍ରବେଶ କରିବାର ଏକ ପାରମ୍ପରିକ ରାସ୍ତା। ଗୁଳିବିନିମୟ ପରେ ସନ୍ଦିଗ୍ଧଙ୍କ ସଂଖ୍ୟା କିମ୍ବା କୌଣସି ମୃତାହତ ସମ୍ପର୍କରେ ସେନା ପକ୍ଷରୁ କୌଣସି ସୂଚନା ପ୍ରକାଶ କରାଯାଇନାହିଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button