Hormuz Blockade: ଆମେରିକାର ହର୍ମୁଜ୍ ଅବରୋଧ, ଇରାନକୁ ବଡ଼ ଧକ୍କା

ତେହେରାନ: ଆମେରିକାର ନୌସେନା ଦ୍ବାରା ହର୍ମୁଜ୍ ଅବରୋଧ ଯୋଗୁ ଇତିମଧ୍ୟରେ ଇରାନ ୬ ବିଲିୟନ ଡଲାରରୁ ଅଧିକ କ୍ଷତି ପହଞ୍ଚାଇସାରିଛି। ଏହି ଅବରୋଧ ଇରାନର ଅର୍ଥନୀତିକୁ ପଙ୍ଗୁ କରିଦେଇଛି। ମେ’ ମାସରେ, ଇରାନର ଅଶୋଧିତ ତୈଳ ରପ୍ତାନି ଛଅ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଆମେରିକା ଏପ୍ରିଲ ୧୩ ତାରିଖରେ ଇରାନର ବନ୍ଦରଗୁଡିକ ଅବରୋଧ ଆରମ୍ଭ କରିଥିଲା ଏବଂ ଶାନ୍ତି ଚୁକ୍ତିର ସର୍ତ୍ତାବଳୀ ପାଳନ କରିବା ପାଇଁ ଇରାନ ଉପରେ ଚାପ ପକାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଏକ ଢାଲ ଭାବରେ ବ୍ୟବହାର କରିଥିଲେ। ତେହେରାନ ଏହି ପଦକ୍ଷେପକୁ ବେଆଇନ ବୋଲି ନିନ୍ଦା କରି ନିଜ ବନ୍ଦର ନିକଟରେ ଆମେରିକୀୟ ଜାହାଜର ଏଭଳି ଜବତ ପଦକ୍ଷେପକୁ ଜଳଦସ୍ୟୁଙ୍କ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲା। ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ଯୋଗାଣ ବନ୍ଦ ହେବା ଦ୍ୱାରା ବିଶ୍ୱବ୍ୟାପୀ ଶକ୍ତି ମୂଲ୍ୟ ଦ୍ରୁତ ଭାବରେ ବୃଦ୍ଧି ପାଇଛି ଏବଂ ସାଉଦି ଆରବ, କୁୱେତ, ଇରାକ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ପ୍ରମୁଖ ଉପସାଗରୀୟ ଉତ୍ପାଦକ ଦେଶଗୁଡ଼ିକରୁ ରପ୍ତାନି ଯଥେଷ୍ଟ ହ୍ରାସପାଇଛି।
ଏହି ଅବରୋଧ ଇରାନର ଅର୍ଥନୀତିକୁ ପଙ୍ଗୁ କରିଦେଇଛି।
ଇରାନର ମୋଟ ରପ୍ତାନିର ପ୍ରାୟ ୮୦ ପ୍ରତିଶତ ହର୍ମୁଜ୍ ପ୍ରଣାଳୀ ଦେଇ ହୋଇଥାଏ। ଅଲ୍ ଜାଜିରା ଦ୍ୱାରା ପ୍ରାପ୍ତ ସର୍ବଶେଷ ପରିବହନ ତଥ୍ୟ ସୂଚାଇଛି ଯେ, ଅବରୋଧ ଯୋଗୁଁ ଇରାନ ବିଦେଶରେ, ବିଶେଷକରି ଏହାର ସବୁଠାରୁ ବଡ଼ ଗ୍ରାହକ ଚୀନ୍କୁ ବିକ୍ରି କରିପାରୁଥିବା ଅଶୋଧିତ ତୈଳର ପରିମାଣ ଯଥେଷ୍ଟ ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ ଅନୁସାରେ, ଅବରୋଧ ଏବେ ଇରାନର ଅର୍ଥନୀତିକୁ ଯଥେଷ୍ଟ ଆର୍ଥିକ କ୍ଷତି ପହଞ୍ଚାଉଛି। ଫଳରେ ଇରାନ କେତେ ଦିନ ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରଖିପାରିବ ସେ ନେଇ ପ୍ରଶ୍ନ ଉଠିଛି। ଟ୍ରେଡ୍ ଇଣ୍ଟେଲଜେନ୍ସ ଫାର୍ମ କେପଲାରର ତଥ୍ୟ ଅନୁଯାୟୀ, ମେ’ ମାସରେ ଇରାନର ଅଶୋଧିତ ତୈଳ ଏବଂ ଘନୀଭୂତ ରପ୍ତାନି ପ୍ରାୟ ୨ ନିୟୁତ ବ୍ୟାରେଲ ପ୍ରତି ଦିନରୁ ହ୍ରାସ ପାଇ ୩ଲକ୍ଷରୁ କମ୍ ହୋଇଛି। ଲଏଡ୍ସ ଲିଷ୍ଟ ତଥ୍ୟ ଦର୍ଶାଉଛି ଯେ, ମେ’ ମାସରେ ଇରାନର ତୈଳ ଆୟ ମାର୍ଚ୍ଚ ତୁଳନାରେ ପ୍ରାୟ ୮୪ପ୍ରତିଶତ ହ୍ରାସ ପାଇଛି, ଯାହା ଅବରୋଧର ବର୍ଦ୍ଧିତ ଆର୍ଥିକ ପ୍ରଭାବକୁ ଦର୍ଶାଉଛି। କେପଲର ଅଲ ଜାଜିରାରେ ରିପୋର୍ଟ ତଥ୍ୟ ଦର୍ଶାଉଛି ଯେ, ଅବରୋଧ ଯୋଗୁ ଇରାନରୁ ରପ୍ତାନି କରାଯାଉଥିବା ତୈଳର ପରିମାଣ ଯଥେଷ୍ଟ ହ୍ରାସ ପାଇଛି।
ଇରାନ ବର୍ତ୍ତମାନ ଅଶୋଧିତ ତେଲ ଉତ୍ପାଦନ କଲେ ମଧ୍ୟ ଏହାକୁ ସଂରକ୍ଷଣ କରିବାକୁ ବାଧ୍ୟ ହେଉଛି। ଏହାକୁ ବିକ୍ରି କରିବାକୁ ଇରାନ ଅସମର୍ଥ ହେଉଛି। ଇରାନ ରଣନୀତିକ ଭାବରେ ଏହାର ବଳକା ସଂରକ୍ଷଣ କ୍ଷମତା ବ୍ୟବହାର କରୁଛି। ତଥ୍ୟ ଦର୍ଶାଉଛି ଯେ ଅବରୋଧ କାମ କରୁଛି, କିନ୍ତୁ ପ୍ରକୃତ ଚାପ ସେତେବେଳେ ଆସିବ ଯେତେବେଳେ ତୈଳ ସଂରକ୍ଷଣ ପାଇଁ ଆଉ କୌଣସି ସ୍ଥାନ ରହିବ ନାହିଁ। ଏହାର ଅର୍ଥ ହେଉଛି ଯେତେବେଳେ ଇରାନର ତୈଳ ସଂରକ୍ଷଣ କ୍ଷମତା ଶେଷ ହୋଇଯିବ, ସେତେବେଳେ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବ। ଏହାପରେ ସ୍ଥିତି ସଙ୍କଟଜନକ ହେବ।
ସୌଜନ୍ୟ ସମ୍ବାଦ




