Horoscope 2026 August 22: ଜାଣନ୍ତୁ ଆଜିର ରାଶିଫଳ…
ଦିନଟି ସବୁ ଦୃଷ୍ଟିରୁ ଭଲ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ ହୋଇଯିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

ମେଷ: ଦିନଟି ସବୁ ଦୃଷ୍ଟିରୁ ଭଲ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ ହୋଇଯିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।
ବୃଷ: ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ମୋଟର ଯାନ ସାବଧାନତାର ସହ ଚଳାନ୍ତୁ।
ମିଥୁନ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଭଳ ଖବର ଶୁଣିବେ। ନବଦମ୍ପତିଙ୍କ ଲାଗି ସମୟ ଭଲ।
କର୍କଟ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। ଅଚାନକ ଧନଲାଭ ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ସିଂହ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ମକଦ୍ଦମାରେ ଜୟଲାଭ କରିବେ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
କନ୍ୟା: ସବୁ ସମସ୍ୟାର ସମାଧାନ ବାହାରିବ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି ଲାଗ ସମୟ ଭଲ। ଆଇନି ଛାତ୍ର କୌଣସି ବଡ଼ ଓକିଲ ସହ କାମ କରିବେ।
ତୁଳା: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। କବିମାନଙ୍କ ଲାଗି ସମୟ ମହତ୍ବପୂର୍ଣ୍ଣ ରହିବ। ବୈବାହିକ ଜୀବନ ଖୁସିଭରା ରହିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।
ବିଛା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାମକୁ ନେଇ ସହକର୍ମୀଙ୍କ ବିଚାରବିମର୍ଶ କରିବେ। ସାମାଜିକ ଜୀବନ ଭଲ ରହିବ। ପରିବାର ସହ ସହରକୁ ଜିନିଷ କିଣିବା ଲାଗି ଯିବେ।
ଧନୁ: ଅଚାନକ ଧନଲାଭ ହେବ। ନୂଆ କାମ କରିବାରେ ରୁଚି ବଢ଼ିବ। ରାଜନୀତିରେ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ସମୟ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।
ମକର: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଧନଲାଭର ଅବସର ପାଇବେ। ମନରେ ନୂଆ ଆଶା ଉତ୍ପନ୍ନ ହେବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ।
କୁମ୍ଭ: ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ବେପାରରେ ଗତି ବୃଦ୍ଧି ହେବ। ସଫ୍ଟୟର ଇଂଜିନିୟରଙ୍କ ଲାଗି ଦିନଟି ବିଶେଷ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ।
ମୀନ: ସୁସମ୍ବାଦ ପାଇବେ। ନୂଆ ଚାକିରିର ସୁଯୋଗ ଅଛି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କାରବାରରେ ଯଥେଷ୍ଟ ଲାଭ ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ସୌଜନ୍ୟ ସମ୍ବାଦ




