Illigal VDO: ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ ଓ ୩୫୦ ଭିଡିଓ ସୁଟ୍ କଲା ଯୁବକ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଅତି କମ୍‌ରେ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଏବଂ ୩୫୦ରୁ ଅଧିକ ଅଶ୍ଳୀଳ ଭିଡିଓ ରେକର୍ଡ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପାରାଟୱାଡା ସହରର ବାସିନ୍ଦା ମହମ୍ମଦ ଆୟାଜ ଓରଫ ତନବୀର ଝିଅମାନଙ୍କୁ ପ୍ରଲୋଭିତ କରି ମୁମ୍ବାଇ ଓ ପୁଣେକୁ ନେଇଯାଇଥିଲେ ଓ ସେମାନଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲେ। ଏହି ଭିଡିଓଗୁଡିକୁ ଝିଅମାନଙ୍କୁ ବ୍ଲାକମେଲ କରିବା ଏବଂ ଗଣଦୁଷ୍କର୍ମ ଲାଗି ବାଧ୍ୟ କରିବା ପାଇଁ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। କେତେକ ଅନ୍‌ଲାଇନ୍‌ରେ ମଧ୍ୟ ବହୁଳ ଭାବରେ ସେୟାର କରାଯାଇଥିଲା।

ରାଜ୍ୟସଭା ସାଂସଦ ଅନିଲ ବୋନ୍ଦେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଗ୍ରାମାଞ୍ଚଳ) ବିଶାଲ ଆନନ୍ଦଙ୍କୁ ଦେଇଥିବା ଏକ ସ୍ମାରକପତ୍ର ଅନୁଯାୟୀ, ହ୍ୱାଟ୍ସଆପ୍ ଓ ସ୍ନାପଚାଟ୍ ଗ୍ରୁପ୍ ମାଧ୍ୟମରେ ନାବାଳିକାମାନଙ୍କୁ ଯୋଜନାବଦ୍ଧ ଭାବରେ ଟାର୍ଗେଟ୍ କରାଯାଇଥିଲା। ଯଦି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ ନ ହୁଏ ତେବେ ବୁଧବାର ସକାଳେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଏପରିକି ମୁସଲମାନ ସମ୍ପ୍ରଦାୟର କିଛି ସଦସ୍ୟ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ପୁଲିସ ଷ୍ଟେସନକୁ ଯାଇ ସମ୍ପ୍ରଦାୟର ପ୍ରତିଷ୍ଠାକୁ କ୍ଷୁଣ୍ଣ ନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମହମ୍ମଦ ଆୟାଜ ପୂର୍ବରୁ ଏଆଇଏମ୍ଆଇଏମ୍‌ର ପଦାଧିକାରୀ ଭାବେ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏଭଳି ଅନେକ ଭିଡିଓ ଡିଲିଟ୍ କରାଯାଇଛି।

ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ଆୟାଜଙ୍କୁ ଗିରଫ କରି ଆଜି କୋର୍ଟରେ ହାଜର କରିଛି। ତାଙ୍କୁ ସାତ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ପୁଲିସ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ଏହି ଡିଭାଇସରେ ଅନେକ ଆପତ୍ତିଜନକ ଭିଡିଓ ରହିଛି। ଅଭିଯୁକ୍ତ ସେହି ଭିଡିଓଗୁଡ଼ିକୁ ତାଙ୍କ ସାଙ୍ଗମାନଙ୍କ ସହ କିମ୍ବା ଆପରାଧିକ ସିଣ୍ଡିକେଟ୍ ସହ ସେୟାର କରିଛନ୍ତି କି ନାହିଁ ପୁଲିସ ବର୍ତ୍ତମାନ ଅନୁସନ୍ଧାନ କରୁଛି। ସାଇବର ସେଲ୍ ସହାୟତାରେ ଅନ୍‌ଲାଇନ୍‌ରେ ସେୟାର ହୋଇଥିବା ଭିଡିଓଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉଛି।

 

 

ସୌଜନ୍ୟ ସମ୍ବାଦ