India: ଡବ୍ଲ୍ୟୁଟିଓର ମନ୍ତ୍ରୀସ୍ତରୀୟ ସମ୍ମିଳନୀ: ଚୀନ ପ୍ରସ୍ତାବକୁ ଅଟକାଇଲା ଭାରତ

ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ୧୪ତମ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଚୀନ୍‌ର ନିବେଶ ସମ୍ପର୍କିତ ଏକ ପ୍ରସ୍ତାବକୁ ଭାରତ ସଫଳତା ସହ ଅଟକାଇଛି। ଉକ୍ତ ପ୍ରସ୍ତାବକୁ ୧୨୮ଟି ଦେଶର ସମର୍ଥନ ଥିଲା। ତଥାପି ଭାରତ ମୁଣ୍ଡ ନୁଆଁଇନଥିଲା।

ନୂଆଦିଲ୍ଲୀ: ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ୧୪ତମ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଚୀନ୍‌ର ନିବେଶ ସମ୍ପର୍କିତ ଏକ ପ୍ରସ୍ତାବକୁ ଭାରତ ସଫଳତା ସହ ଅଟକାଇଛି। ଉକ୍ତ ପ୍ରସ୍ତାବକୁ ୧୨୮ଟି ଦେଶର ସମର୍ଥନ ଥିଲା। ତଥାପି ଭାରତ ମୁଣ୍ଡ ନୁଆଁଇନଥିଲା। ଚୀନ୍‌ର ଏହି ପ୍ରସ୍ତାବ ବିରୋଧରେ ଭାରତ ଏକାକୀ ଠିଆ ହୋଇଛି। ପୂର୍ବରୁ ଏହାକୁ ବିରୋଧ କରୁଥିବା ଦକ୍ଷିଣ ଆଫ୍ରିକା ଓ ତୁର୍କୀ ନିଜ ମତ ବଦଳାଇ ସମର୍ଥନ କରିଛନ୍ତି। ଚୀନ୍‌ ସମର୍ଥିତ ବିକାଶ ପାଇଁ ନିବେଶ ସୁବିଧା (ଆଇଏଫ୍‌ଡି) ପ୍ରସ୍ତାବକୁ ଡବ୍ଲ୍ୟୁଟିଓ ଢାଞ୍ଚାରେ ସାମିଲ କରିବାକୁ ଉଦ୍ୟମ ହେଉଛି। ଭାରତ ତାହାକୁ ଦୃଢ଼ ବିରୋଧ କରୁଛି। ଏହା ଡବ୍ଲ୍ୟୁଟିଓର କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ ଓ ଏହାର ‌ମୌଳିକ ନୀତିକୁ ଦୁର୍ବଳ କରିପାରେ ବୋଲି ଭାରତ କହୁଛି।

ସୌଜନ୍ୟ ସମ୍ବାଦ

Exit mobile version