india: ଫେବ୍ରୁଆରି ୨୮ରୁ ପଶ୍ଚିମ ଏସିଆରୁ ଭାରତ ଫେରିଲେଣି ୨,୮୦,୦୦୦ ଭାରତୀୟ

ଫେବ୍ରୁଆରି ୨୮ରେ ଇରାନ ଉପ‌ରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଥିବାବେଳେ ସେଠାରେ ଥିବା ୨ ଲକ୍ଷ ୮୦ ହଜାର ଭାରତୀୟ ଏପର୍ଯ୍ୟନ୍ତ ସ୍ବଦେଶ ଫେରିଛନ୍ତି।

ନୂଆଦିଲ୍ଲୀ: ଫେବ୍ରୁଆରି ୨୮ରେ ଇରାନ ଉପ‌ରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଥିବାବେଳେ ସେଠାରେ ଥିବା ୨ ଲକ୍ଷ ୮୦ ହଜାର ଭାରତୀୟ ଏପର୍ଯ୍ୟନ୍ତ ସ୍ବଦେଶ ଫେରିଛନ୍ତି। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳରେ ସମସ୍ୟା ଥିବା ସତ୍ତ୍ବେ ପାଖାପାଖି ୩ ଲକ୍ଷ ଭାରତୀୟକୁ ଫେରାଇ ଅଣାଯାଇଛି ବୋଲି ଗୁରୁବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପଶ୍ଚିମ ଏସିଆ ଓ ଭାରତ ମଧ୍ୟରେ ସୀମିତ ବିମାନ ଚଳାଚଳ କରୁଛି। ତେବେ ମାର୍ଚ୍ଚ ୧୮ରେ ଭାରତ ଓ ୟୁଏଇ ମଧ୍ୟରେ ୭୫ଟି ବିମାନ ଚଳାଚଳ କରିଥିଲା। ଆଜି ୯୦ଟି ବିମାନ ଚଳାଚଳ କରିବାର ସମ୍ଭାବନା ରହିଛି। ବିବାଦ ସତ୍ତ୍ବେ ଅଧିକ ବିମାନ ଚଳାଚଳ କରିବାକୁ ପ୍ରୟାସ କରାଯାଉଛି। ଓମାନ ଓ ସାଉଦି ଆରବରୁ ଭାରତକୁ ବିମାନ ଚଳାଚଳ ଜାରି ରହିଛି।

ଓମାନ ଓ ସାଉଦି ଆରବରୁ ଭାରତକୁ ବିମାନ ଚଳାଚଳ ଜାରି

କତର ଆକାଶମାର୍ଗ ଆଂଶିକ ଖୋଲା ରହିଛି। କତର ଏୟାରୱେଜ୍‌ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ଜାରି ରଖିଛି ବୋଲି ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ପରେ ମହାଜନ ଏହି ସୂଚନା ଦେଇଛନ୍ତି। ତେବେ କୁଏତ ଆକାଶ ମାର୍ଗ ଯୁଦ୍ଧ ଆରମ୍ଭ ପରଠାରୁ ବନ୍ଦ ରହିଛି।

ସୌଜନ୍ୟ ସମ୍ବାଦ

Exit mobile version