India Allows Pakistani Players: ପାକିସ୍ତାନୀ ଖେଳାଳିଙ୍କ ପାଇଁ ଦ୍ବାର ଖୋଲିଲା ଭାରତ, ବହୁମୁ୍ଖୀ ପ୍ରତିଯୋଗିତାକୁ ହଁ, ଦ୍ବିପାକ୍ଷିକକୁ ନାଁ

ନୂଆଦିଲ୍ଲୀ: ପାକିସ୍ତାନୀ ଖେଳାଳିମାନେ ଭାରତରେ ଆୟୋଜିତ ହେଉଥିବା ବହୁ ରାଷ୍ଟ୍ରୀୟ ତଥା ବହୁମୁଖୀ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ। ହେଲେ କୌଣସି ଦ୍ବିପାକ୍ଷିକ Competition ଲାଗି ସେମାନଙ୍କୁ କୌଣସି ପରିସ୍ଥିତିରେ ଅନୁମତି ମିଳିବନି। Thursday କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ଏକଥା ଘୋଷଣା କରିଛି। ସେହିଭଳି ଏଣିକି ପାକିସ୍ତାନୀ ଖେଳାଳି ଓ ଅଧିକାରୀଙ୍କ ଭିସା ପ୍ରକ୍ରିୟାକୁ ସରଳୀକୃତ କରାଯିବ। ସେହିଭଳି ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନର ପାକିସ୍ତାନୀ ପଦାଧିକାରୀଙ୍କୁ ବହୁପ୍ରବେଶ ଭିସା ପ୍ରଦାନ କରାଯିବ ବୋଲି ମନ୍ତ୍ରାଳୟ କହିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ
India ୨୦୩୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ଏବଂ ୨୦୩୬ ଅଲିମ୍ପିକ୍ସ ତଥା ୨୦୩୮ ଏସୀୟ କ୍ରୀଡ଼ା ଆୟୋଜନ କରିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନ କ୍ରିକେଟ୍ ଦଳ ୨୦୧୨-୧୩ ମସିହାରେ ପରସ୍ପର ବିପକ୍ଷରେ ପୂର୍ଣ୍ଣକାଳୀନ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳି ନାହାନ୍ତି। ନିକଟ ଅତୀତରେ ହକି ଦଳ ମଧ୍ୟ ପରସ୍ପର ବିପକ୍ଷରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ପସନ୍ଦ କରିନାହାନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଖଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଥିଲେ ମଧ୍ୟ ପାକିସ୍ତାନ ତା’ର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା।