ଦେଶ ବିଦେଶ

India Russian oil imports: ରୁଷ୍‌ଠାରୁୂ ତୈଳ କିିଣିବା ଛାଡ଼ ଶେଷ କରିବାକୁ ଆମେରିକାର ସଙ୍କେତ – ଭାରତର ବିକଳ୍ପ ଯୋଗାଣ ମାର୍ଗ ସଙ୍କୁଚିତ ହେବ

ୱାସିଂଟନ: ଭାରତ ରୁଷ୍‌ଠାରୁୂ ତୈଳ କିିଣିବାକୁ ଆମେରିକାଠାରୁ ପାଉଥିବା ଛାଡ଼ ଶେଷ କରିବାକୁ ୱାସିଂଟନ ସଙ୍କେତ ଦେଇଛି। ୱାସିଂଟନ୍ ସ୍ପଷ୍ଟ କରିଛି ଯେ, ଏହି ଛାଡ଼ଗୁଡ଼ିକ ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ଓ ପରବର୍ତ୍ତୀ ସମୟରେ ହର୍ମୁଜ୍ ପ୍ରଣାଳୀର ଅବରୋଧ ପରେ ଅସ୍ଥିର ବିଶ୍ୱ ଶକ୍ତି ଯୋଗାଣକୁ ସ୍ଥିର କରିବା ପାଇଁ କଡ଼ା ସମୟ-ସୀମିତ ପଦକ୍ଷେପ ଥିଲା। ମଙ୍ଗଳବାର ସିନେଟ୍ ବୈଦେଶିକ ସମ୍ପର୍କ କମିଟି ସମ୍ମୁଖରେ ସାକ୍ଷ୍ୟ ଦେଇ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ସୂଚିତ କରିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ମଧ୍ୟପ୍ରାଚ୍ୟ ଶକ୍ତି ସଙ୍କଟ ସମୟରେ ଭାରତ ଭଳି ରାଷ୍ଟ୍ରଗୁଡ଼ିକୁ ରୁଷୀୟ ତୈଳ ଆମଦାନି ପୁନଃ ଆରମ୍ଭ କରିବାକୁ ଦେଇଥିବା ଅନୁମତି ବନ୍ଦ କରିବାକୁ ଚାହୁଁଛି। ଆମେରିକା ଏହି କଟକଣା ମୁକ୍ତ କରିବା ଦ୍ବାରା ଭାରତ ଲାଭଦାୟକ ହୋଇଥିଲା। ଇରାନ ଯୁଦ୍ଧ ପାଇଁ ଦକ୍ଷିଣ ଏସିଆର ପାରମ୍ପରିକ ଶକ୍ତି ପରିବହନ ପଥ ହର୍ମୁଜ୍ ପ୍ରଣାଳୀ ଦେଇ ୪୦% ତୈଳ ଓ ଗ୍ୟାସ ପରିବହନ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଦୁଇ ଥର ରୁଷୀୟ ତୈଳ ଉପରେ ଛାଡ଼ ବୃଦ୍ଧି କରାଯାଇଛି। ବର୍ତ୍ତମାନର ଅବଧି ଜୁନ୍ ୧୭ ରେ ଶେଷ ହେବାକୁ ଯାଉଛି। ଆମେରିକା କଂଗ୍ରେସର ଶୁଣାଣି ସମୟରେ ଡେମୋକ୍ରାଟିକ୍ ରାଙ୍କିଂ ସଦସ୍ୟ ଜିନ୍ ଶାହିନ ଛାଡ଼ ସମୟ ବୃଦ୍ଧି ନ କରିବା ଉପରେ ରୁବିଓଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେବାକୁ ଚାପ ପକାଇଥିଲେ। ତେବେ ରୁବିଓ କହିଥିଲେ ଯେ ,ଚୂଡ଼ାନ୍ତ ନିଷ୍ପତ୍ତି ଟ୍ରେଜେରୀ ବିଭାଗର ଅଟେ ଓ ଏହା ବଜାର ପରିସ୍ଥିତି ଉପରେ ନିର୍ଭର କରେ। ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ରୁଷ୍‌ ଠାରୁ ତୈଳ ନ କିଣିବାକୁ ରାଜି ହୋଇଥିଲା ଓ ବଦଳରେ ଆମେରିକା ଭାରତ ଉପରେ ଲଗାଇଥିବା ଅତିରିକ୍ତ ୨୫% ଶୁଳ୍କ ହଟେଇଥିଲା। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତରେ ତୈଳ ସଙ୍କଟ ନ ଆସିବା ପାଇଁ ଆମେରିକା ରୁଷ୍‌ଠାରୁ ତୈଳ କିଣିବା ନେଇ ଭାରତ ଉପରେ ଲଗାଇଥିବା କଟକଣା ଉଠାଇ ଦେଇଥିଲା। ତେବେ ରୁବିଓ ଆମେରିକା କଂଗ୍ରେସକୁ କହିଛନ୍ତି, ବିଶ୍ବରେ ଅର୍ଥନୈତିକ ସଙ୍କଟ ଓ ତୈଳ ଦର ବୃଦ୍ଧିକୁ ହ୍ରାସ କରିବାକୁ ଏହି ଜରୁରୀ ପଦକ୍ଷେପ ନିଆଯାଇଥିଲା। ଜୁନ୍ ୧୭ ତାରିଖ ଶୀଘ୍ର ପାଖେଇ ଆସୁଥିବାରୁ ଏହି ଛାଡ଼ ବନ୍ଦ ହୋଇଯିବା ଯୋଗୁ ଭାରତୀୟ ବିଶୋଧନକାରୀଙ୍କୁ ଭେନେଜୁଏଲା ପରି ଆମେରିକା-ସମର୍ଥିତ ବିକଳ୍ପ ତୈଳ ଯୋଗାଣକାରୀଙ୍କ ଭରସାରେ ରହିବାକୁ ପଡ଼ିବ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button