ଦେଶ ବିଦେଶ

New York’s Times Square: ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଛୁରାମାଡ଼ ଓ ଗୁଳିଚାଳନା, ଜଣେ ଆହତ

ଆମେରିକାର ଟାଇମ୍ସ ସ୍କୋୟାରରେ ଗୁରୁବାର ଅପରାହଣରେ ଛୁରାଘାତ ଓ ଗୁଳିଚାଳନା ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଛୁରାମାଡ଼ ହେଇଛି।

ନ୍ୟୁୟର୍କ: ଆମେରିକାର ଟାଇମ୍ସ ସ୍କୋୟାରରେ ଗୁରୁବାର ଅପରାହଣରେ ଛୁରାଘାତ ଓ ଗୁଳିଚାଳନା ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଛୁରାମାଡ଼ ହେଇଛି। ଏହାର କିଛି ଘଣ୍ଟା ଭିତରେ ଗୁଳିଚାଳନା ଯୋଗୁଁ ଲୋକମାନେ ଜୀବନ ବଞ୍ଚାଇବାକୁ ଭୟରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହି ଘଟଣାରେ ଜଣେ ୧୭ ବର୍ଷୀୟ କିଶୋରଙ୍କୁ ଅଟକ ରଖିବା ସହିତ ଘଟଣାସ୍ଥଳରୁ ଏକ ଅସ୍ତ୍ର ଜବତ କରିଛି।

ନ୍ୟୁୟର୍କ ପୁଲିସ ବିଭାଗ ଗାଡ଼ି ଉପରେ ଗୁଳି ଚଳାଇଛନ୍ତି

ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଗୁରୁବାର ଅପରାହ୍ଣରେ ହଠାତ୍ ଗୁଳି ଫୁଟି ଉଠିଥିଲା। ହଜାର ହଜାର ପର୍ଯ୍ୟଟକଙ୍କ ସମାଗମରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ଗୁଳିଚାଳନା ଯୋଗୁଁ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକମାନେ ଦୋକାନ, କୋଠା ଓ ରାସ୍ତା କଡ଼ରେ ଆଶ୍ରୟ ନେବା ପାଇଁ ପଳାଇ ଯାଇଥିଲେ। ଘଟଣାଟି ସ୍ଥାନୀୟ ସମୟ ପ୍ରାୟ ଅପରାହ୍ଣ ୩ଟା ୪୦ ମିନିଟ ସମୟରେ ଘଟିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁଇଟି ଗୋଷ୍ଠୀ ମଧ୍ୟରେ ବଡ଼ଧରଣର ଝଗଡ଼ା ହୋଇଥିଲା, ଯେଉଁଥିରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଛୁରାମାଡ଼ କରାଯାଇଥିଲା। କିଛି ସମୟ ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୋସିଆଲ ମିଡିଆରେ ଥିବା ଭିଡିଓଗୁଡ଼ିକରେ ଦେଖାଯାଉଛି ଯେ ଅତି କମରେ ଦୁଇଜଣ ବ୍ୟକ୍ତି ଏକ ବ୍ୟସ୍ତବହୁଳ ଛକରେ ପାର୍କିଂ ହୋଇଥିବା ନ୍ୟୁୟର୍କ ପୁଲିସ ବିଭାଗ ଗାଡ଼ି ଉପରେ ଗୁଳି ଚଳାଇଛନ୍ତି। ଗୁଳି ଫୁଟିବା ମାତ୍ରେ ସେଠାରେ ଉପସ୍ଥିତ ପର୍ଯ୍ୟଟକ, ସ୍ଥାନୀୟ ଲୋକ ଓ ଅନ୍ୟମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଲେ।
ନ୍ୟୁୟର୍କ ପୁଲିସ ଅନୁଯାୟୀ, ଗୁଳିକାଣ୍ଡ ପାଇଁ ଜଣେ ୧୭ ବର୍ଷୀୟ କିଶୋରଙ୍କୁ ଅଟକ ରଖାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ବିଚାରାଧୀନ ଅଛି। ଘଟଣାସ୍ଥଳରୁ ପୁଲିସ ଏକ ଅସ୍ତ୍ର ମଧ୍ୟ ଜବତ କରିଛି। ଗୁଳିକାଣ୍ଡରେ କେହି ଆହତ ହୋଇ ନାହାନ୍ତି। ଛୁରାମାଡ଼ରେ ଆହତ ଯୁବକଙ୍କୁ ବେଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ଏନବିଏ ଦଳ ନ୍ୟୁୟର୍କ ନିକ୍ସଙ୍କ ଚାମ୍ପିଅନସିପ୍ ପରେଡ୍ ପାଇଁ ନ୍ୟୁୟର୍କ ସହରରେ ହଜାର ହଜାର ପୁଲିସ ଅଧିକାରୀ ପୂର୍ବରୁ ନିୟୋଜିତ ହୋଇଥିବା ବେଳେ ଗୁଳିକାଣ୍ଡ ଘଟିଥିଲା। ଟାଇମ୍ସ ସ୍କୋୟାରରେ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଓ ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ଓ ତଦନ୍ତକାରୀମାନେ ପ୍ରମାଣ ସଂଗ୍ରହ କରୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button