ଭୁବନେଶ୍ବର: ଉଜ୍ବେକିସ୍ତାନରେ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପଞ୍ଚମ କେନ୍ଦ୍ରୀୟ ଏସୀୟ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସ୍ବସ୍ତିକ ମହାପ୍ରସାଦ। ଓଡ଼ିଶା ପାଇଁ ଦ୍ବିତୀୟ ଖୁସିଟି ହେଉଛି ଅନ୍ତର୍ଜାତୀୟ ପ୍ରଶିକ୍ଷକ ଗୌରୀଶଙ୍କର ମିଶ୍ରଙ୍କୁ ଏହି ଦଳ ଦାୟିିତ୍ବ ପ୍ରଦାନ କରାଯାଇଛି। ଯାହାକି ଓଡ଼ିଶା ହ୍ୟାଣ୍ଡ୍ବଲ୍ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଜୋର୍ଡାନ୍ରେ ଅନୁଷ୍ଠିତ ପ୍ରଥମ ଏସୀୟ ଯୁବ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଆର୍ଯ୍ୟନ ବ୍ରାହ୍ମୀନଙ୍କ ଦ୍ବାରା ପ୍ରେରିତ ହୋଇ ସ୍ବସ୍ତିକ ଜଣାଶୁଣା ପ୍ରଶିକ୍ଷକ ଗୌରୀଶଙ୍କର ମିଶ୍ରଙ୍କ ନିକଟରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଛନ୍ତି। ସ୍ୱସ୍ତିକ ଓ ଗୌରୀଶଙ୍କରଙ୍କୁ ଓଡ଼ିଶା ହ୍ୟାଣ୍ଡ୍ବଲ୍ ସଂଘ ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ଇଂ ମାନସ କୁମାର ସିଂହ, କୋଷାଧ୍ୟକ୍ଷ ଶୀତେନ୍ଦ୍ରନାଥ ଦାସ ଓ ଭୁବନେଶ୍ୱର ହ୍ୟାଣ୍ଡ୍ବଲ୍ ସଂଘ ସମ୍ପାଦକ ପ୍ରଶାନ୍ତ ନାୟକ ଶୁଭେଚ୍ଛା ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ