ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଓ ଜାତୀୟ ଚିକିତ୍ସା ବିଜ୍ଞାନ ଏକାଡେମୀ (ନାମ୍ସ) ସହଯୋଗରେ ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା(ସିଏମ୍ଇ) ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ଭଳି ଚାରୋଟି ରାଜ୍ୟରୁ ୩୦୦ରୁ ଅଧିକ ଚିକିତ୍ସକଙ୍କ ସମେତ ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କ୍ଷେତ୍ରର ପ୍ରସିଦ୍ଧ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଏମ୍ସ ପାଟ୍ନା, ଏମ୍ସ ଦେଓଘର, ଏମ୍ସ କଲ୍ୟାଣୀ ଏବଂ ଏମ୍ସ ଭୁବନେଶ୍ୱରର ପ୍ରତିନିଧିମାନେ ସାମିଲ ଥିଲେ।
ସୌଜନ୍ୟ ସମ୍ବାଦ
