ନୂଆଦିଲ୍ଲୀ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଜିରୋନାଇଟ ସମୟରେ ରେଳବାଇ ଗ୍ରାହକଙ୍କୁ ଅନନ୍ୟଶୈଳୀରେ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲା। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ହେଉଛି ଏପରି, ୨୦୨୫ ଡିସେମ୍ବର ୩୧ ତାରିଖ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ଷ୍ଟେସନ ଘଣ୍ଟାରେ ୧୨ଟା ବାଜିବା ମାତ୍ରେ ସବୁ ପାର୍ଶ୍ୱରୁ ଶୁଣିବାକୁ ମିଳିଥିଲା ଜୋରଦାର ଟ୍ରେନ୍ ହର୍ଣ୍ଣର ଶବ୍ଦ। ଏହି ଶବ୍ଦରେ କମ୍ପି ଉଠିଥିଲା ସ୍ଥାନୀୟଅଞ୍ଚଳ। ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓ କେନ୍ଦ୍ରୀୟ ରେଳବାଇର ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରାଯାଇଛି। ପୋଷ୍ଟରେ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଯିବା ସହିତ ସୁରକ୍ଷିତ ଯାତ୍ରାର କାମନା କରାଯାଇଛି। ଲୋକମାନେ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରୁଛନ୍ତି।
ଭିଡିଓ ଭାଇରାଲ ହେବା ପରେ ଲୋକେ ପ୍ରତିକ୍ରିୟାର ବର୍ଷା କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାରତୀୟ ରେଳବାଇ ଉତ୍ସାହ ଏବଂ ଏକତା ସହିତ ୨୦୨୬ ଆରମ୍ଭ କରିଛି।ମୁମ୍ବାଇର ସ୍ଥାନୀୟ ଟ୍ରେନ୍ କେବଳ ପରିବହନର ଏକ ମାଧ୍ୟମ ନୁହେଁ ବରଂ ସହରର ଜୀବନରକ୍ଷକ। ଟ୍ରେନଗୁଡ଼ିକ ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କୁ ସଂଯୋଗ କରନ୍ତି। ନୂତନ ବର୍ଷର ଆରମ୍ଭ ରାତିରେ ଏକାଠି ଅନେକ ଟ୍ରେନ୍ ହର୍ଣ୍ଣ ବାଜିବା ଘଟାଣା ଦର୍ଶାଇ ଦେଉଛି ଯେ ବିଶେଷ ମୁହୂର୍ତ୍ତଗୁଡ଼ିକରେ ଟ୍ରେନ୍ ଲୋକଙ୍କୁ ଏକାଠି କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ।
ସୌଜନ୍ୟ ସମ୍ବାଦ
