Internet: ସରକାରୀ ନିର୍ଦ୍ଦେଶ ମାନିବାକୁ ବାଧ୍ୟହେବେ ଇଣ୍ଟରନେଟ୍‌ କମ୍ପାନି

କେନ୍ଦ୍ର ସରକାର ବିଭିନ୍ନ ସମୟରେ ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ଆପତ୍ତିଜନକ, ହାନିକାରକ ପୋଷ୍ଟ ହଟାଇବାକୁ କହିଥାନ୍ତି। ଏପର୍ଯ୍ୟନ୍ତ ତାହା କେବଳ ଏକ ପରାମର୍ଶ ଭାବେ ବିଚାର କରାଯାଉଛି। କିନ୍ତୁ ଆଗକୁ ସରକାରଙ୍କ ସେଭଳି ନିର୍ଦ୍ଦେଶକୁ ଇଣ୍ଟରନେଟ୍‌ କମ୍ପାନିଗୁଡ଼ିକ ଅଣଦେଖା କରିପାରିବେ ନାହିଁ।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ସମୟରେ ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ଆପତ୍ତିଜନକ, ହାନିକାରକ ପୋଷ୍ଟ ହଟାଇବାକୁ କହିଥାନ୍ତି। ଏପର୍ଯ୍ୟନ୍ତ ତାହା କେବଳ ଏକ ପରାମର୍ଶ ଭାବେ ବିଚାର କରାଯାଉଛି। କିନ୍ତୁ ଆଗକୁ ସରକାରଙ୍କ ସେଭଳି ନିର୍ଦ୍ଦେଶକୁ ଇଣ୍ଟରନେଟ୍‌ କମ୍ପାନିଗୁଡ଼ିକ ଅଣଦେଖା କରିପାରିବେ ନାହିଁ। ସେମାନେ ସରକାରୀ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେବେ। ଏନେଇ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଏହା ଉପରେ ଏପ୍ରିଲ ୧୪ ସୁଦ୍ଧା ମତାମତ ପଠାଇବାକୁ ସରକାର ଆହ୍ବାନ ଦେଇଛନ୍ତି।କେନ୍ଦ୍ର ସରକାର ନିୟମିତ ବ୍ୟବଧାନରେ ଗୁଗୁଲ୍‌, ଫେସବୁକ୍‌, ହ୍ବାଟସ୍‌ଆପ୍‌, ‘ଏକ୍ସ’ (ପୂର୍ବରୁ ଟ୍ବିଟର), ଇନଷ୍ଟାଗ୍ରାମ ଭଳି କମ୍ପାନିମାନଙ୍କୁ ଆପତ୍ତିଜନକ ଓ ହାନିକାରକ ପୋଷ୍ଟଗୁଡ଼ିକୁ ହଟାଇବାକୁ କହୁଛନ୍ତି। କିନ୍ତୁ ଅନେକ ସମୟରେ ଅଭିଯୋଗ ହେଉଛି ଯେ ଏହି ନିୟମ ଆଳରେ ସରକାର ନିଜକୁ ଅଡ଼ୁଆରେ ପକାଉଥିବା ପୋଷ୍ଟଗୁଡ଼ିକୁ ଜାଣିଶୁଣି ହଟାଇବାକୁ ଉଦ୍ୟମ କରୁଛନ୍ତି। ତାହା ଲୋକମାନଙ୍କ ବ୍ୟକ୍ତିଗତ ବାକ୍‌ ସ୍ବାଧୀନତା ଅଧିକାରର ଉଲ୍ଲଂଘନ ଭାବେ ବିଚାର କରାଯାଉଛି। ଅନେକ ସମୟରେ ଇଣ୍ଟରନେଟ୍‌ କମ୍ପାନି ସେହି ନିୟମ ପାଳନ କରୁନାହାନ୍ତି ଯାହାକୁ ନେଇ ସରକାରଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି ଓ ମାମଲା କୋର୍ଟକୁ ଯାଉଛି।

ସୌଜନ୍ୟ ସମ୍ବାଦ

Exit mobile version