IPL: ଆଇପିଏଲ୍‌: ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିକୁ ନେଇ ଗାଭାସ୍କରଙ୍କ ଅସନ୍ତୋଷ

ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତି ବ୍ୟାଟର୍‌ ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ ଏହି ଖେଳାଳିମାନେ ଭାରତୀୟ ଆତିଥେୟତାର ଅନୁଚିତ ଫାଇଦା ନେଉଛନ୍ତି।

ମୁମ୍ବାଇଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତି ବ୍ୟାଟର୍‌ ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ ଏହି ଖେଳାଳିମାନେ ଭାରତୀୟ ଆତିଥେୟତାର ଅନୁଚିତ ଫାଇଦା ନେଉଛନ୍ତି।

ଖେଳାଳିମାନେ ଯେତେବେଳେ ଇଛା ସେତେବେଳେ ଆସିଲେ ଟ୍ରଫି ଜିତିବା ଅସମ୍ଭବ

ସେ କହିଛନ୍ତି ଯେ, ଏ ନେଇ ଫ୍ରାଞ୍ଚାଇଜ୍‌ମାନେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ, ନଚେତ୍‌ ଦଳର ଯୋଜନା ବିଗିଡ଼ିଯିବାର ସମ୍ଭାବନା ରହିଛି। ଯଦି ଖେଳାଳିମାନେ ଯେତେବେଳେ ଇଛା ସେତେବେଳେ ଆସିବେ, ଟ୍ରଫି ଜିତିବାକୁ ଦଳମାନେ ଯେଉଁ ଯୋଜନା କରିଛନ୍ତି ତାହା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ଆହତ ଜନିତ କାରଣରୁ ତିନିଜଣ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍‌ ହେଜେଲଉଡ୍‌, ମିଚେଲ୍‌ ଷ୍ଟାର୍କ ଓ ପାଟ୍‌ କମିନ୍ସ ଆଇପିଏଲ୍‌ର ପ୍ରଥମ କିଛି ମ୍ୟାଚ୍‌ ପାଇଁ ଅନୁପଲବ୍ଧ ରହିବେ। ତେବେ ଏକ ଅଷ୍ଟ୍ରେଲିୟୀୟ କ୍ରିକେଟ୍‌ ଓ୍ବେବସାଇଟ୍‌ର ସୂଚନା ଅନୁସାରେ ଆଗକୁ ଅଷ୍ଟ୍ରେଲିଆ ଦଳର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିବାରୁ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ସେମାନଙ୍କୁ ଅଟକାଇ ରଖିଛି। ସେହିପରି ପଞ୍ଜାବ କିଙ୍ଗସ୍‌ ପକ୍ଷରୁ ଖେଳୁଥିବା ଲକି ଫର୍ଗୁସନ ନିଜର ନବଜାତ ଶିଶୁ ସହିତ ସମୟ ବିତାଇବାକୁ ପ୍ରଥମ କିଛି ମ୍ୟାଚ୍‌ରୁ ଅନୁପସ୍ଥିତ ରହିବେ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version