IPL ବିଜୟ ପରେ ଏକାଠି ନାଚିଲେ ଅନୁଷ୍କା-କୋହଲି; ପାର୍ଟି ଭିଡିଓ ଭାଇରାଲ, ୟୁଜର୍ସ କହିଲେ ଡ୍ୟାନ୍ସ ଜବରଦସ୍ତ ! #Watch

ନୂଆଦିଲ୍ଲୀ: IPL 2026 ଫାଇନାଲରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) । RCB ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି। ଦଳର ପ୍ରଶଂସକମାନେ ପୂରା ସେଲିବ୍ରେସନ ମୁଡ୍‌ରେ। ଏହି ଅବସରକୁ ହାତଛଡା କରିନାହାନ୍ତି କ୍ୟୁଟ୍ କପଲ ବିରୁଷ୍କା। ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଦଳର ବିଜୟରେ ଖୁସି। ବିରାଟ ଏବଂ ଅନୁଷ୍କାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦମ୍ପତିଙ୍କୁ ଏକାଠି ନାଚୁଥିବାର ଦେଖାଯାଉଛି।

ଭାଇରାଲ ଭିଡିଓରେ, ବିରାଟ କୋହଲିଙ୍କୁ ଲାଲ ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ସେ ତାଙ୍କ ଅନ୍ୟ ସାଥୀ ଖେଳାଳିଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଅନୁଷ୍କା ଶର୍ମା ମଧ୍ୟ ମଝିରେ ମଝିରେ ମଜାରେ ଜଏନ କରୁଛନ୍ତି। ଭିଡିଓ ଉପରେ ଜଣେ ଯୁଜର ଲେଖିଛନ୍ତି, “କିଙ୍ଗ୍ କୋହଲି ନାଚିଲେ !” ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ନାଚି ଚାଲ EXCELLENT।”

ଆରସିବିର ବିଜୟ ପରେ, ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଇବା ସମୟରେ, ଅନୁଷ୍କା ବିରାଟଙ୍କୁ ପଛରୁ ଦେଖାଯାଉଥିବା ଏକ ଫଟୋ ସେୟାର କରିଛନ୍ତି। ଫଟୋରେ, ବିରାଟ ଏକ ଟି-ସାର୍ଟ ପିନ୍ଧିଛନ୍ତି ଯାହା ଉପରେ ଲେଖା ଅଛି: “ପ୍ରଥମ ଥର ଭଲ ଲାଗିଲା; ତୁମେ ଏହା ଦୁଇଥର କରିଛ!” ସେ ପୋଷ୍ଟ ସହିତ ଏକ ହାର୍ଟ ଇମୋଜି ମଧ୍ୟ ଯୋଡିଛନ୍ତି।

ଆରସିବିର ବିଜୟ ସୁନିଶ୍ଚିତ କରିବାରେ ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପରେ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ, ସେ ଆରସିବିକୁ ଦ୍ୱିତୀୟ ଆଇପିଏଲ ଟ୍ରଫିରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଆରସିବି ଗୁଜୁରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି, ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ଆଠ ୱିକେଟ୍ ହରାଇ ମୋଟ ୧୫୫ ରନ କରିଥିଲା। ଜବାବରେ RCB ସଫଳତାର ସହ ଲକ୍ଷ୍ୟକୁ ପିଛା କରି ୧୮ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୬୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା।

 

 

 

ସୌଜନ୍ୟ Prameya News7