Kalahandi Cup: ସୁନ୍ଦରଗଡ଼ ବିଜେତା, କଟକ-ଏ’ ଉପବିଜେତା

ଓସିଏ ଆନୁକୂଲ୍ୟରେ ଆୟୋଜିତ ବରି‌ଷ୍ଠ ପୁୁରୁଷ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତା ‘କଳାହାଣ୍ଡି କପ୍‌’ରେ ସୁନ୍ଦରଗଡ଼ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। କଟକ-ଏ’କୁ ୨ ୱିକେଟ୍‌ରେ ହରାଇ ସୁନ୍ଦରଗଡ଼ ଟ୍ରଫି ଜିତିଛି। ଅନ୍ୟପକ୍ଷରେ କଟକ-ଏ’ ଉପବିଜେତାରେ...

କଟକ: ଓସିଏ ଆନୁକୂଲ୍ୟରେ ଆୟୋଜିତ ବରି‌ଷ୍ଠ ପୁୁରୁଷ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତା ‘କଳାହାଣ୍ଡି କପ୍‌’ରେ ସୁନ୍ଦରଗଡ଼ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। କଟକ-ଏ’କୁ ୨ ୱିକେଟ୍‌ରେ ହରାଇ ସୁନ୍ଦରଗଡ଼ ଟ୍ରଫି ଜିତିଛି। ଅନ୍ୟପକ୍ଷରେ କଟକ-ଏ’ ଉପବିଜେତାରେ ସନ୍ତୁଷ୍ଟ ରହିଛି।

ବୁଧବାର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଟସ୍‌ ଜିତି କଟକ-ଏ’କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା କଟକ-ଏ’ ସାଇଦୀପ ମହାପାତ୍ରଙ୍କ ଅର୍ଦ୍ଧଶତକ( ୭୪ରନ୍‌ ,୧୦୪ବଲ୍‌) ସହାୟତାରେ ୫୦ଓଭର‌ରେ ୯ ୱିକେଟ ହରାଇ ୨୩୨ ରନ୍‌ କରିଥିଲା। ସୁନ୍ଦରଗଡ଼ ପକ୍ଷରୁ ସୌମ୍ୟ ଲେଙ୍କା, କ୍ରୀଷ୍ଣା ପଲେଇ, ଅଭିଶେକ ସିଂହ, ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରି କଟକ-ଏ’ ବ୍ୟାଟିଂକୁ ନିୟନ୍ତ୍ରଣରେ ରଖିଥିଲେ। ଜବାବରେ ସୁନ୍ଦରଗଡ଼ ୪୩ଓଭରରେ ୮ୱିକେଟ୍‌ ବିନିୟମରେ ୨୩୩ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସୁନ୍ଦରଗଡ଼ର ସୌମ୍ୟ ଲେଙ୍କା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆନ୍ତଃର୍ଜାତିକ ଖେଳାଳି ତଥା ବିସିସିଆଇ ମ୍ୟାଚ୍‌ ରେଫରି ସଞ୍ଜୟ ରାଉଳ, ସମ୍ମାନିତ ଅତିଥି ଭ‌ବେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସଦସ୍ୟ ଡକ୍ଟର ଅଞ୍ଜନ କୁମାର ଖୁଣ୍ଟିଆ, ସାଗରନାଥ ମିଶ୍ର, ତଡ଼ିତ କୁମାର ରାଉତ, ଅନିଲ କୁମାର ବିଶ୍ବାଳ, ସୁଶାନ୍ତ କୁମାର ମହାନ୍ତି, ସନ୍ତୋଷ ଦାସ, ଶିବବ୍ରତ ମଲ୍ଲିକ, ଅମିତ ବେହେରା, ସ୍ବାଗତ ସାମନ୍ତରାୟ ଯୋଗଦେଇ ବିଜେତା ସୁନ୍ଦରଗଡ଼କୁ ଟ୍ରଫି ସହିତ ୫ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ଏବଂ ଉପବିଜେତା‌ କଟକ-ଏ’ ଦଳକୁ ୩,୦୦୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରି ଉତ୍ସାହିତ କରଥିଲେ।

ସୌଜନ୍ୟ ସମ୍ବାଦ

Exit mobile version