IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ

ଉଭୟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବା ସ୍ୱଭାବିକ । ଉଭୟ ଦଳ ସିଜନରେ ପ୍ରଥମ ମ୍ୟାଚ୍ ଖେଳୁଥିବାରୁ ଚୂଡ଼ାନ୍ତ ଏକାଦଶ ଆକଳନ କରିବା କଷ୍ଟକର କାର୍ଯ୍ୟ ହେବ । ଦୁଇ ଦଳରେ ଏକାଧିକ ଷ୍ଟାର୍ ଓ ଯୁବ ଖେଳାଳି ରହିଛନ୍ତି । ରିୟାନ ପରାଗ ରାଜସ୍ଥାନ ରୟାଲ୍ସ ଓ ଋତୁରାଜ ଗାଏକୱାଡ୍ ସୁପରକିଙ୍ଗ୍ସଦଳର ନେତୃତ୍ୱ ନେବେ ।

ଗୌହାଟୀ,୩୦ /୦୩: ସୋମବାର ମୁହାଁମୁହିଁ ହେବେ ଚେନ୍ନାଇ ଏବଂ ରାଜସ୍ଥାନ । ଆଇପିଏଲ୍-୧୯ର ତୃତୀୟ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗସର ଭେଟେରାନ ୱିକେଟ୍ କିପର ବ୍ୟାଟର ମହେନ୍ଦ୍ର ସିଂହ ଧୋନି ଓ ଯୁବ ବ୍ୟାଟର ଡିବ୍ରେଭିସ୍ ଆହତ ଥିବାରୁ ଏହି ମ୍ୟାଚ୍ ଖେଳିବେ ନାହିଁ ।

ଫୋକସରେ ସଞ୍ଜୁ-ଜାଡେଜା

ମ୍ୟାଚକୁନେଇ ଉଭୟ ଦଳର ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହା ପଛର କାରଣ ହେଉଛି ସଞ୍ଜୁ ସାମସନ ଓ ରବୀନ୍ଦ୍ର ଜାଡେଜା । ଗତ ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସନ ଚଳିତ ବର୍ଷ ସୁପରକିଙ୍ଗସପକ୍ଷରୁ ଖେଳିବେ । ସେହିପରି ଦୀର୍ଘ ଦିନ ଧରି ଚେନ୍ନାଇରସଦସ୍ୟ ରହିଥିବା ଜାଡେଜା ଏଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି ।

ଦୁଇ ଦଳରେ ଏକାଧିକ ଷ୍ଟାର୍

ଉଭୟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବା ସ୍ୱଭାବିକ । ଉଭୟ ଦଳ ସିଜନରେ ପ୍ରଥମ ମ୍ୟାଚ୍ ଖେଳୁଥିବାରୁ ଚୂଡ଼ାନ୍ତ ଏକାଦଶ ଆକଳନ କରିବା କଷ୍ଟକର କାର୍ଯ୍ୟ ହେବ । ଦୁଇ ଦଳରେ ଏକାଧିକ ଷ୍ଟାର୍ ଓ ଯୁବ ଖେଳାଳି ରହିଛନ୍ତି । ରିୟାନ ପରାଗ ରାଜସ୍ଥାନ ରୟାଲ୍ସ ଓ ଋତୁରାଜ ଗାଏକୱାଡ୍ ସୁପରକିଙ୍ଗ୍ସଦଳର ନେତୃତ୍ୱ ନେବେ । ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ସମେତ ଯଶସ୍ୱୀ ଜୈସ୍ୱାଲ,ସିମରନ୍ ହେତମାୟର ଏବଂ ଚେନ୍ନାଇ ସୁପରକିଙ୍ଗ୍ସର ଆୟୂଷ ମାହତ୍ରେ,ସାମସନ୍,ଗାଏକୱାଡ ଓ ନବାଗତ ପ୍ରଶାନ୍ତ ବୀରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଖାସ୍ କରି ବୈଭବଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିବ ।

କାଣ୍ଟେ କା ଟକ୍କର

ପୂର୍ବରୁ ଉଭୟ ଦଳ ୩୧ଥର ପରସ୍ପରକୁ ଭେଟିଛନ୍ତି । ସୁପରକିଙ୍ଗ୍ସ୧୬ଟି ଓ ରାଜସ୍ଥାନ ରୟାଲ୍ସ ୧୫ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ୨ଥର ସାମ୍ନାସାମ୍ନି ହୋଇଥିଲେ ଏବଂ ରାଜସ୍ଥାନ ରୟାଲ୍ସ ଉଭୟ ମ୍ୟାଚ୍ ଜିତିଥିଲା । ଏଥର ସୁପରକିଙ୍ଗ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ହାଇସ୍କୋରିଂ ମ୍ୟାଚ୍

ବର୍ଷାପଡ଼ା ଷ୍ଟାଡିୟମର ପିଚ୍ରେଆଭରେଜ ପ୍ରଥମ ଇନିଂସ୍ ସ୍କୋର ୧୬୫ରୁ ୧୮୫ ରହିଛି । ଫାଷ୍ଟ୍ ବୋଲରମାନେ ନୂଆ ବଲ୍ରେସୁଇଂ କରାଇ ପାରିବେ । ମ୍ୟାଚ୍ ଆଗେଇବା ସହ ପିଚ୍ ମନ୍ଥର ହୋଇଯିବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

 

 

 

ସୌଜନ୍ୟ Prameya News7

Exit mobile version