IPL 2026: ପଂଜାବ ଆଗରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ

ଆଇପିଏଲ୍‌-୨୦୨୬ର ଚତୁର୍ଥ ମୁକାବିଲା ପଞ୍ଜାବ କିଙ୍ଗ୍‌ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଚଣ୍ଡିଗଡ଼ସ୍ଥିତ ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ମଙ୍ଗଳବାର ଟସ୍‌ ଜିଣି ଆୟୋଜକ ପଂଜାବ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ଚଣ୍ଡିଗଡ଼: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୬ର ଚତୁର୍ଥ ମୁକାବିଲା ପଞ୍ଜାବ କିଙ୍ଗ୍‌ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଚଣ୍ଡିଗଡ଼ସ୍ଥିତ ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ମଙ୍ଗଳବାର ଟସ୍‌ ଜିଣି ଆୟୋଜକ ପଂଜାବ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ ବ୍ୟାଟିଂ କରିବାକୁ ପଡ଼ିଆରେ ଓହ୍ଲାଇଥିଲା। ଗୁଜରାଟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୬୨ ରନ୍‌ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍‌ ବିଜୟ ପାଇଁ ପଂଜାବକୁ ୧୬୩ ରନ୍‌ର ଲକ୍ଷ୍ୟ ଦେଇଛି।

ଗୁଜରାଟର ପାଳି ଆରମ୍ଭ କରିଥିଲେ ସାଇ ସୁଦର୍ଶନ ଏବଂ ଅଧିନାୟକ ଶୁବମନ ଗିଲ। ଉଭୟ ପ୍ରାରମ୍ଭିକ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୩୭ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସାଇ ସୁଦର୍ଶନ ୧୩ ରନ୍‌ କରି ପାଭିଲି୍ଅନକୁ ଫେରିଥିଲେ। ସେ ୧୧ଟି ବଲ୍‌ ଖେଳି ୨ଟି ଚୌକା ମାରିଥିଲେ। ଆଉଟ୍‌ ହେବା ପୂର୍ବରୁ ଅଧିନାୟକ ଦ୍ବିତୀୟ ୱିକେଟ୍‌ରେ ଜୋସ୍‌ ବଟଲରଙ୍କ ସହିତ ୪୪ ରନ୍‌ର ଭାଗିଦାରୀ କରିଥିଲେ। ଗିଲ୍‌ ୨୭ଟି ବଲ୍‌ ଖେଳି ୬ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୩୯ ରନ୍‌ କରିଥିଲେ।

ବିସ୍ଫୋରକ ବ୍ୟାଟର ଗ୍ଲେନ ଫିଲିପ୍‌ସ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ପାରି ନଥିଲେ। ସେ ୧୭ଟି ବଲ୍‌ ସାମ୍ନା କରିଥିଲେ ଏବଂ ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୨୫ ରନ୍‌ ସଂଗ୍ରହ କରିଥିଲେ। ସେହିପରି ୱାସିଂଟନ ସୁନ୍ଦରଙ୍କ ବ୍ୟାଟରୁ ଗୁଜରାଟକୁ ୧୮ ରନ୍‌ ମିଳିଥିଲା। ସେ ୧୬ଟି ବଲ୍‌ ଖେଳି ୨ଟି ଚୌକା ମାରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version