Cricket: କ୍ବାର୍ଟରଫାଇନାଲରେ ବିବିସିଏ, ଆଇଆଇସି

ହାଇଟେକ୍‌ ମେଡିକାଲ୍‌ କଲେଜ୍ ପଡ଼ିଆରେ ଚାଲିଥିବା ପଣ୍ଡିତ ରାମକୃଷ୍ଣ ମହାପାତ୍ର ସ୍ମାରକୀ ୧୭ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ବିବିସିଏ ଓ ଆଇସିସି କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସପ୍ତମ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିବିସିଏ ୪୨ ରନ୍‌ରେ...

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ୍‌ କଲେଜ୍ ପଡ଼ିଆରେ ଚାଲିଥିବା ପଣ୍ଡିତ ରାମକୃଷ୍ଣ ମହାପାତ୍ର ସ୍ମାରକୀ ୧୭ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ବିବିସିଏ ଓ ଆଇସିସି କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସପ୍ତମ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିବିସିଏ ୪୨ ରନ୍‌ରେ ଯଦୁପୁର କ୍ରିକେଟ୍‌ ଏକାଡେମୀକୁ ପରାସ୍ତ କରିଥିଲା। ‌ଶେଷ ପ୍ରିକ୍ବାର୍ଟରଫାଇନାଲ୍‌ରେ କିନ୍ତୁ ବିବାଦୀୟ ପରିସ୍ଥିତିରେ ଏମ୍‌ସିସି ବିପକ୍ଷରେ ଆ‌ଇଆଇସିକୁ ବିଜୟୀ ‌ଘୋଷିତ କରାଯାଇଛି।

ମଙ୍ଗଳବାରର ପ୍ରଥମ ମ୍ୟାଚ୍‌ର ସ୍ବରିତ ଦାସଙ୍କ ଅର୍ଦ୍ଧଶତକ (୫୨) ବଳରେ ବିବିସିଏ ୧୨୧/୮ ସ୍କୋର କରିଥିଲା। ସେକ୍‌ ଏସ୍‌ ଉଦ୍ଦିନ୍‌ (୪-୦-୨୬-୫) ସଫଳ ବୋଲର ଥିଲେ। ଜବାବରେ ଅମିତେଷ ସାହୁ (୪-୧-୧୨-୪)ଙ୍କୁ ଖେଳି ନପାରି ଯଦୁପୁର ଦଳ ମାତ୍ର ୭୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସ୍ବରିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ବାଇକ୍‌ ରାଇଡର୍‌ ଆସୋସିଏସନ୍‌ ସଭାପତି ଜିତୁ ମହାପାତ୍ର ଏବଂ କ୍ୟାପିଟାଲ୍‌ କ୍ରିକେଟ୍‌ ସଂଘ ସମ୍ପାଦକ ଭରତ ଭୂଷଣ ଦାସ।

ସୌଜନ୍ୟ ସମ୍ବାଦ

Exit mobile version