Iran: ସ୍ଥଳସେନା, ହର୍ମୁଜରେ ଚଢ଼ଉ ଓ ଖାର୍ଗକୁ କବ୍ଜାକୁ ନେବାକୁ ଆମେରିକାର ଯୋଜନା

ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପଞ୍ଚମ ସପ୍ତାହରେ ପ୍ରବେଶ କରିଛି। ଇତିମଧ୍ୟରେ ଇରାନକୁ ଶେଷ ତଥା ନିର୍ଣ୍ଣାୟକ ଜବାବ୍‌ ଦେବାକୁ ପେଣ୍ଟାଗନ୍‌ ବଡ଼ଧରଣର ପ୍ରସ୍ତୁତି କରୁଛି।

ୱାସିଂଟନ: ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପଞ୍ଚମ ସପ୍ତାହରେ ପ୍ରବେଶ କରିଛି। ଇତିମଧ୍ୟରେ ଇରାନକୁ ଶେଷ ତଥା ନିର୍ଣ୍ଣାୟକ ଜବାବ୍‌ ଦେବାକୁ ପେଣ୍ଟାଗନ୍‌ ବଡ଼ଧରଣର ପ୍ରସ୍ତୁତି କରୁଛି। ଇରାନରେ ସ୍ଥଳଭାଗ ଅପରେସନ କରିବାକୁ ସପ୍ତାହେରୁ ଅଧିକ ସମୟ ହେଲା ଯୋଜନା କରିଆସୁଛି। ଖାର୍ଗ ଦ୍ବୀପ ଓ ହର୍ମୁଜ ପ୍ରଣାଳୀର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ଉ କରିବାକୁ ପ୍ରସ୍ତୁତ ହେଉଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏହାର ସାମରିକ କ୍ଷମତା ବୃଦ୍ଧି କରିବାରେ ଲାଗିଛି। ହଜାର ହଜାର ଆମେରିକା ମେରିନ୍‌ ଓ ସୈନ୍ୟ ପୂର୍ବରୁ ନିଜ ନିଜର ସ୍ଥାନରେ ଅବସ୍ଥାପିତ ହୋଇସାରିଛନ୍ତି, ଯଦ୍ବାରା କି ଯଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣ ପାଇଁ ଅନୁମତି ଦିଅନ୍ତି ତେବେ ସେମାନେ ତୁରନ୍ତ ଆକ୍ରମଣ କରିପାରିବେ। ତେବେ ଏହା ପୂର୍ଣ୍ଣସ୍ତରର ଆକ୍ରମଣ ନ ହୋଇ ସୁନିଶ୍ଚିତ ଉଚ୍ଚ ପ୍ରଭାବଶାଳୀ ମିଶନ ପରି ହେବ।

ସୌଜନ୍ୟ ସମ୍ବାଦ

Exit mobile version