Iran Drone Attack: ଟ୍ରମ୍ପଙ୍କ ଧମକ ପରେ ଇରାକରେ ବିସ୍ଫୋରଣ: ଆମେରିକୀୟ ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ସକାଳେ ଉତ୍ତର ଇରାକର ଏରବିଲ୍ ସହର ଜୋରଦାର ବିସ୍ଫୋରଣ ଶବ୍ଦରେ ପ୍ରକମ୍ପିତ ହୋଇଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଆମେରିକା ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ଇରାନର ଡ୍ରୋନ୍ ଆକ୍ରମଣ ଯୋଗୁଁ ଘଟିଛି।

ବାଗଦାଦ୍: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ସକାଳେ ଉତ୍ତର ଇରାକର ଏରବିଲ୍ ସହର ଜୋରଦାର ବିସ୍ଫୋରଣ ଶବ୍ଦରେ ପ୍ରକମ୍ପିତ ହୋଇଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଆମେରିକା ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ଇରାନର ଡ୍ରୋନ୍ ଆକ୍ରମଣ ଯୋଗୁଁ ଘଟିଛି। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ସମ୍ବେଦନଶୀଳ କୂଟନୈତିକ ଆଲୋଚନା ଚାଲିଛି।
ସ୍ଥାନୀୟ ପୁଲିସ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏରବିଲ୍ର ଉତ୍ତର-ପୂର୍ବରେ ଥିବା ଖଲିଫାନ୍ ଏବଂ ସୋରାନ୍ ଅଞ୍ଚଳରେ ଚାରୋଟି ଡ୍ରୋନ୍ ଆକ୍ରମଣ କରାଯାଇଛି। ବାସିନ୍ଦାମାନେ ଏରବିଲ୍ ସହରରେ ଗୋଟିଏ ପରେ ଗୋଟିଏ ସାତ ସିରିଜ୍ ବିସ୍ଫୋରଣ ଶୁଣିବା ବିଷୟରେ ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ କିଛି ଆମେରିକୀୟ କନସୁଲେଟ୍ ନିକଟରେ ଘଟିଥିଲା । ଆକ୍ରମଣ ପରେ,ପ୍ରଭାବିତ ଅଞ୍ଚଳରେ ପ୍ରଚଣ୍ଡ ଅଗ୍ନିକାଣ୍ଡ ଘଟିଥିଲା ।
ଆମେରିକୀୟ ସାମରିକ କାର୍ଯ୍ୟକଳାପ ଜୋରଦାର୍
ଆକ୍ରମଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଏହି ଅଞ୍ଚଳରେ ଆମେରିକୀୟ ସାମରିକ କାର୍ଯ୍ୟକଳାପ ହଠାତ୍ ଜୋରଦାର୍ ହୋଇଯାଇଛି। ପୁଲିସ ସୂତ୍ର ଦାବି କରୁଛି ଯେ ବିସ୍ଫୋରଣ ପରେ ତୁରନ୍ତ ଏରବିଲ୍ ଆକାଶ ମାର୍ଗରେ ୧୦ ରୁ ଅଧିକ ଆମେରିକୀୟ ଲଢୁଆ ବିମାନ ଏବଂ ଡ୍ରୋନ୍ ପାଟ୍ରୋଲିଂ କରୁଥିବା ଦେଖାଯାଇଥିଲା। ପେଣ୍ଟାଗନ୍ କିମ୍ବା ଅନ୍ୟ ଆମେରିକୀୟ ଅଧିକାରୀମାନେ ମୃତାହତ କିମ୍ବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି । ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା, ଆଇଆରଆଇବି ଦାବି କରିଛି ଯେ ଆକ୍ରମଣ କେବଳ ଏରବିଲ୍ ପର୍ଯ୍ୟନ୍ତ ସୀମିତ ନାହିଁ। ରିପୋର୍ଟ ସୂଚାଇଛି ଯେ, ସୁଲାଇମାନିଆ ପ୍ରଦେଶର ଖୋର୍ ମୋର୍ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରାଯାଇଥିଲା। ଏହା ବ୍ୟତୀତ, ଅଲ୍-ଅନବାର୍ ପ୍ରଦେଶରେ ଏକ ଆମେରିକୀୟ ଡ୍ରୋନ୍କୁ ଗୁଳି କରି ଖସାଇ ଦିଆଯାଇଥିବା ଦାବି କରାଯାଇଛି। ଏହାର ଭଗ୍ନାବଶେଷର ଚିତ୍ର ହଦିଥା ଡ୍ୟାମ୍ ନିକଟରୁ ଆସିଥିବା ସଂସ୍ଥା କହିଛି।
ଆଲୋଚନା ବିଫଳ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ କରିବା ନେଇ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଓମାନ, କତାର, ପାକିସ୍ତାନ ଏବଂ ଇଜିପ୍ଟ ବର୍ତ୍ତମାନ ଆମେରିକା ଏବଂ ଇରାନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା କରୁଛନ୍ତି। ଯାହା ଦ୍ବାରା ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ କରିବା ସହ ପରମାଣୁ ଚୁକ୍ତିରେ ପହଞ୍ଚି ହେବ। ତେବେ ଏରବିଲ୍ରେ ହୋଇଥିବା ଆକ୍ରମଣ ଏହି ଶାନ୍ତି ପ୍ରୟାସକୁ ପୁଣି ସଙ୍କଟରେ ପକାଇଛି।
ସୌଜନ୍ୟ ସମ୍ବାଦ




