Jacob Martin: ନିଶା ସେବନ କରି ଗାଡ଼ି ଚଲାଇ ଗିରଫ ହେଲେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଜାକବ ମାର୍ଟିନ

ବଡ଼ୋଦରା: ପୂର୍ବତନ ଭାରତୀୟ କ୍ରିକେଟର୍‌ ଜାକବ ମାର୍ଟିନଙ୍କୁ ନିଶା ସେବନ କରି ଗାଡ଼ି ଚଲାଉଥିବା ମାମଲାରେ ପୁଲିସ ଗିରଫ କରିଛି। ଏହି ପୂର୍ବତନ ବ୍ୟାଟର୍‌ ମଦ ପିଇକି ଗାଡ଼ି ଚଲାଉଥିଲା ବେଳେ ମଙ୍ଗଳବାର ଭୋର୍‌ ପ୍ରାୟ ୨.୩୦ ‌ବେଳେ ବଡ଼ୋଦରାର ଅକୋଟା ଅଞ୍ଚଳସ୍ଥ ପୁନିତନଗର ସୋସାଇଟି ନିକଟ ପାର୍କିଂରେ ଥିବା ତିନିଟି ଗାଡ଼ିକୁ ଧକ୍କା ଦେଇଥିଲେ।

ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ି ମାଲିକଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏଥିସହ ମାର୍ଟିନଙ୍କ ଏମ୍‌ଜି ହେକ୍ଟର କାର୍‌ଟିକୁ ଜବତ କରିଛି। ବରୋଦାର ଏହି ପୂର୍ବତନ ଅଧିନାୟକ ମାନବ ଚାଲଣ ଅଭିଯୋଗରେ ୨୦୧୧ରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ମାର୍ଟିନ ୧୯୯୯ରୁ ୨୦୦୧ ମଧ୍ୟରେ ଭାରତ ପକ୍ଷରୁ ୧୦ ଦିନିକିଆ ମ୍ୟାଚ୍‌ ଖେଳିଥିଲେ

 

ସୌଜନ୍ୟ ସମ୍ବାଦ