ଦେଶ ବିଦେଶ

Baby selling racket: ତେଲେଙ୍ଗାନାରେ ଶିଶୁ ବିକ୍ରି ରୢାକେଟ୍‌ ଗୁମର ଖୋଲିଲା: ୧୫ ଲକ୍ଷ ଟଙ୍କା ଲେଖାଏଁରେ ୧୫ ଶିଶୁ ବିକ୍ରି

ତେଲେଙ୍ଗାନାରେ ଏକ ଶିଶୁ ବିକ୍ରି ରୢାକେଟ୍‌ର ଗୁମର ଖୋଲିଛି। ସାଇବରାବାଦ ସ୍ବତନ୍ତ୍ର ଅପରେସନ୍‌ ଟିମ୍‌ ଶିଶୁ ବିକିବା ଏବଂ କିଣିବା କାର୍ଯ୍ୟରେ ସମ୍ପୃକ୍ତ ଥିବା ଏକ ଆନ୍ତଃରାଜ୍ୟ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛନ୍ତି।

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଶିଶୁବିକ୍ରି ରୢାକେଟ୍‌ର ଗୁମର ଖୋଲିଛି। ସାଇବରାବାଦ ସ୍ବତନ୍ତ୍ର ଅପରେସନ୍‌ ଟିମ୍‌ ଶିଶୁ ବିକିବା ଏବଂ କିଣିବା କାର୍ଯ୍ୟରେ ସମ୍ପୃକ୍ତ  ଥିବା ଏକ ଆନ୍ତଃରାଜ୍ୟ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛନ୍ତି। ବିକ୍ରି କରାଯାଉଥିବା ଶିଶୁ ମାତ୍ର ଅଳ୍ପ କିଛି ଦିନର। ଏହି ମାମଲାରେ ଗିରଫ ବ୍ୟକ୍ତିମାନଙ୍କ ନାମରେ ପୂର୍ବରୁ ମାମଲା ମଧ୍ୟ ରହିଛି। ପ୍ରତି ଶିଶୁକୁ ପାଖାପାଖି ୧୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ପୁଲିସ ସୂଚନାନୁଯାୟୀ ସିଣ୍ଡିକେଟ୍‌ ଧରା ପଡ଼ିବା ପୂର୍ବରୁ ହାଇଦ୍ରାବାଦରେ କେବଳ ୧୫ ଶିଶୁଙ୍କୁ ବିକ୍ରି କରାଯାଇଛି।

ଏହି ଗ୍ୟାଙ୍ଗ ମୁଖ୍ୟତଃ ସନ୍ତାନ ନଥିବା ଦମ୍ପତିଙ୍କୁ ଟାର୍ଗେଟ୍‌ କରୁଥିଲେ।  ଆଇନଗତ ଭାବେ ପୋଷ୍ୟ ପ୍ରକ୍ରିୟା ପାଇଁ ସେମାନେ ନକଲି କାଗଜପତ୍ର ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଛି।  ସ୍ବତନ୍ତ୍ର ଅପରେସନ ଟିମ୍‌ର ଚଢ଼ଉ ସମୟରେ ଚୋରାଚାଲାଣକାରୀଙ୍କଠାରୁ ୨ ଶିଶୁ ଉଦ୍ଧାର ହୋଇଛନ୍ତି।  ମାମଲା‌‌ରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଆନ୍ତଃରାଜ୍ୟ ପରିବହନକାରୀ ଏବଂ ସ୍ଥାନୀୟ ହସ୍ପିଟାଲର ଏଜେଣ୍ଟଙ୍କ ସ‌ମେତ ୧୨ ଜଣ ଗିରଫ ହୋଇଛନ୍ତି। ଗ୍ୟାଙ୍ଗକୁ ଅନ୍ୟ କୌଣସି ମେଡିକାଲ କର୍ମଚାରୀ ସହଯୋଗ କରିଥିବା ସନ୍ଦେହରେ ସାଇବରାବାଦ ପୁଲିସ ଏବେ ହସ୍ପିଟାଲ ରେକର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି। ସାଇବରାବାଦର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପିଲାର ପ୍ରକୃତ ବାପା ମା’ଙ୍କ ନିକଟରେ ପହଞ୍ଚିବାକୁ ଆମେ ଉଦ୍ୟମ ଚଳାଇଛୁ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button