ରାଜ୍ୟ

Odisha Vegetable Crisis|ବନ୍ୟା ଧୋଇନେଲା ପରିଶ୍ରମର ଫଳ, ଆକାଶଛୁଆଁ ପରିବା ଦର; ଚିନ୍ତାରେ ଖାଉଟି

ଭୁବନେଶ୍ୱର,୪|୮ (ବ୍ୟୁରୋ): ବର୍ଷକର ପରିଶ୍ରମର ଫଳକୁ ଚୁଟକିରେ ଧୋଇନେଲା । ରାଜ୍ୟରେ ବନ୍ୟା ବିତ୍ପାତ ଯୋଗୁ ପରିବା ଚାଷ ଖାଲି ନଷ୍ଟି ହେଲାନି, ଗ୍ରାହକଙ୍କ ଉପରେ ବିଶାଳ ଦରର ବୋଝ ଲଦିଦେଇଗଲା । ଯାହାର ଏବେ ଭରଣା ହୋଇପାରିବନି । ଉପକୂଳର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ହେକ୍ଟର ହେକ୍ଟର ଜମିରେ ଲଗାଯାଇଥିବା ବାଇଗଣ, ପୋଟଳ, ଝୁଡ଼ଙ୍ଗ, କଲରା, ଭେଣ୍ଡି, ପୋଇ, ଶାଗ, ଟମାଟୋ, କାଙ୍କଡ଼ ଓ କଞ୍ଚାଲଙ୍କା ଭଳି ପରିବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏବେ ବାହାର ରାଜ୍ୟ ପରିବା ହିଁ ଶେଷ ଆଶା । ହେଲେ ତାର ଦର ବି ଗଗନ ଛୁଇଁଛି । ସେଥିପାଇଁ କଟକରୁ ନେଇ ଭୁବନେଶ୍ୱର ସହ ଅନ୍ୟ ସହରରେ ଏବେ ପରିବା ଦର ଶହେ ପାରି କରିଛି ।

ସୋମବାର ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ପରିବା ହାଟରେ ବାଇଗଣ ଓ ପୋଟଳ ସହ ବିନ୍ସ ମଧ୍ୟ ଶହେ ଛୁଇଁଛି । ବାଇଗଣ ଓ ପୋଟଳ କେଜି ପ୍ରତି ୧୦୦ ଟଙ୍କା ଥିବା ବେଳେ ବିନ୍ସ ୧୨୦ ଥିଲା । ସେହିପରି ଲଙ୍କା ଦର ବି ଶହେ । କଲରା ୭୦ରୁ ୮୦, କାଙ୍କଡ଼ ୬୦, ଭେଣ୍ଡି ୪୦ରୁ ୬୦ଟଙ୍କାରେ ବିକ୍ରି ହେଉଥିଲା । କେବଳ ଟମାଟୋ ଦର ଖସିଥିଲା । ଏହା କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା । କଟକର ଛତ୍ରବଜାରରେ ମଧ୍ୟ ଦର ଉଚ୍ଚ ଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button