Breaking

ଚୋରା ମଦ ଧରିବାକୁ ଯାଇ ଅବକାରୀ-ପୋଲିସ କର୍ମଚାରୀ ହଟହଟ୍ଟା, ଭାଟି କର୍ମଚାରୀ ଅଟକ

ସୁନ୍ଦରଗଡ ୧୭।୪: ସୁନ୍ଦରଗଡ଼ ଅବକାରୀ ବିଭାଗ ଟିମ୍ ସହ ପୋଲିସ କର୍ମଚାରୀ ମିଶି ଚୋରା ମଦ ଧରିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ହଟହଟା ହେବା ସହ ମଦ ଭାଟି କର୍ମଚାରୀଙ୍କୁ ମହିଳା ମାନେ ଅଟକ ରଖି ନିସ୍ତୁକ ଛେଚିଥିବା ଘଟଣା ସବଡେଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତଳସରା ଥାନା ଅନ୍ତର୍ଗତ ବାବୁଡ଼ିହି ଗାଁ ବସ୍ତିକୁ ଅବକାରୀ ଟିମ୍ ସହ ଚୋରା ମଦ ଧରିବାକୁ ଆସିଥିବା ବେଳେ ବାଲିଶଙ୍କରା ଦେଶୀ ମଦ ଭାଟିର ଜଣେ କର୍ମଚାରୀ ଘରେ ଏକୁଟିଆ ଥିବା ଜନୈକ ମହିଳାଙ୍କ ଘରକୁ ପଶି ଯାଇଥିଲେ ଓ ଏକ ସାଦା କାଗଜରେ ଦସ୍ତଖତ କରିବାକୁ କହିଥିଲେ । ତେବେ ଉକ୍ତ ମହିଳା ଜଣକ ଭୟଭୀତ ହୋଇ ପାଟିତୁଣ୍ଡ କରିବାରୁ ଗାଁର ମହିଳା ମାନେ ଓ ଗ୍ରାମବାସୀ ଉକ୍ତ ଭାଟି କର୍ମଚାରୀ ଯୁବକକୁ କାବୁ କରି ଏକ କୋଠରୀରେ ବନ୍ଦ କରି ଦେଇଥିଲେ । ଖବର ପାଇ ତଳସରା ପୋଲିସ ଆସି ଉକ୍ତ ଭାଟି କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଗାଁ ବସ୍ତିରେ ଚୋରା ମଦ ଧରିବା ବାହାନାରେ ଅବକାରୀ ବିଭାଗ ସହ ମିଶି ଭାଟି କର୍ମଚାରୀ ମାନେ ଗାଁର ମହିଳା ମାନଙ୍କୁ ଖରାପ ବ୍ୟବହାର କରିବା ସହ ଜୋର ଜବରଦସ୍ତ ବାଲିଶଙ୍କରା ସରକାରୀ ଦେଶୀ ମଦ ଭାଟିର ଦେଶୀ ପାଉଚ ମଦ ବିକ୍ରି କରିବାକୁ ବାଧ୍ୟ କରୁଥିବା ଅଭିଯୋଗରେ କରିଥିଲେ ମହିଳା ।

 

 

ସୌଜନ୍ୟ Prameya News7

 

Show More
Back to top button