Westbengal: ନିର୍ବାଚନ ପରେ ପଶ୍ଚିମବଙ୍ଗରେ ୭୦୦ ସିଏପିଏଫ୍ କମ୍ପାନି ମୁତୟନ ରହିବେ

କୋଲକାତା: ପଶ୍ଚିମବଙ୍ଗରେ ମତଦାନ ଶେଷ ହେବାପରେ ମଧ୍ୟ ପାଖାପାଖି ୭୦୦ ସିଏପିଏଫ୍ ( କେନ୍ଦ୍ରୀୟ ସଶସ୍ତ୍ର ବାହିନୀ) କମ୍ପାନି ରାଜ୍ୟରେ ମୁତୟନ ରହିବେ। ନିର୍ବାଚନ କମିସନ୍ (ଇସି) ଏନେଇ ସଦ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ବାଚନ କମିସନ୍ ଅଧିକାରୀ କହିଛନ୍ତି, ନିର୍ବାଚନ ପରେ ଯେମିତି କୌଣସି ହିଂସା କିମ୍ବା ଅପ୍ରୀତିକର ସ୍ଥିତି ନଉପୁଜିବ ସେଥିପାଇଁ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଉଛି।
ରାଜ୍ୟରେ ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ ରହିବେ ଏବଂ ସ୍ଥିତି ସ୍ବାଭାବିକ କରିବାପାଇଁ ରାଜ୍ୟ ପ୍ରଶାସନକୁ ସହଯୋଗ କରିବେ। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୪୦୦ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି। ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଟିଏମ୍ସି ପାଇଁ ‘ ଅଗ୍ନି ପରୀକ୍ଷା’ ବୋଲି କୁହାଯାଉଛି। କାରଣ ଦକ୍ଷିଣ ବଙ୍ଗ ଏବଂ କୋଳକାତା ହେଉଛି ଟିଏମ୍ସିର ପାରମ୍ପରିକ ଗଡ଼। ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଟିଏମ୍ସି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ସୌଜନ୍ୟ ସମ୍ବାଦ




