ଦେଶ ବିଦେଶ

Bangladesh Hindu Youth Murder: ବାଂଲାଦେଶୀ ହିନ୍ଦୁଙ୍କ ପାଇଁ ସ୍ବର ଉଠାଇଲେ ଆମେରିକୀୟ ସାଂସଦ, ଦାବି କଲେ କଠୋର କାର୍ଯ୍ୟାନୁଷ୍ଠାନ

ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଦଙ୍ଗାକାରୀମାନେ ପିଟି ପିଟି ହତ୍ୟା କରିବା ଘଟଣାକୁ ନିନ୍ଦା କରୁଛି ସାରା ବିଶ୍ବ। ଏବେ ଆମେରିକୀୟ ସାଂସଦ ଘଟଣାକୁ ତୀବ୍ର ନିନ୍ଦା କରି ସରକାରଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଦେଖୁଛି। ବିଶେଷ କରି ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଏବେ ସାରା ବିଶ୍ବକୁ ଥରାଇ ଦେଇଛି। ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କୁ ଦଙ୍ଗାକାରୀମାନେ ପିଟି ପିଟି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଉଲଗ୍ନ ଗଛରେ ଟଙ୍ଗାଇଥିଲେ ଏବଂ ଜାଳି ଦେଇଥିଲେ। ଏହାର ଅନେକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ବିଭିନ୍ନ ଦେଶ ନିନ୍ଦା କରିଥିବା ବେଳେ ଏବେ ଆମେରିକୀୟ ସାଂସଦ ଘଟଣାକୁ ତୀବ୍ର ନିନ୍ଦା କରି ସରକାରଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଆଇନ ଶୃଙ୍ଖଳା ଫେରାଇ ଆଣିବା ପାଇଁ ବାଂଲାଦେଶୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

“ହିନ୍ଦୁ ଯୁବକଙ୍କ ହତ୍ୟା ଖବର ପାଇ ମୁଁ ସ୍ତବ୍ଧ”

ଇଲିନାୟର ଡେମୋକ୍ରାଟିକ୍ କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି ଏହି ଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବାଂଲାଦେଶରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଟାର୍ଗେଟ୍ କରି ଭିଡ଼ ହତ୍ୟା କରିବା ଖବର ଶୁଣି ମୁଁ ସ୍ତବ୍ଧ। ଏହା ଗ୍ରହଣୀୟ ନୁହେଁ।”

“ଅପରାଧୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ”

କୃଷ୍ଣମୂର୍ତ୍ତି ଏହା ମଧ୍ୟ କହିଛନ୍ତି ଯେ, ପୁଲିସ କିଛିଜଣଙ୍କୁ ଗିରଫ କରିଛି। କିନ୍ତୁ ବାଂଲାଦେଶ ସରକାର ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ତଦନ୍ତ କରିବା ଉଚିତ। ହତ୍ୟା ପାଇଁ ଦାୟୀ ଦୋଷୀଙ୍କୁ ଆଇନ ଅନୁଯାୟୀ ଯଥାସମ୍ଭବ କଠୋର ଦଣ୍ଡ ଦିଆଯିବା ଉଚିତ। ସେ ହିନ୍ଦୁ ସମ୍ପ୍ରଦାୟ ସମେତ ଅନ୍ୟ ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ହିଂସାରୁ ରକ୍ଷା କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଅତୀତରେ ଘଟିଛି ଏଭଳି ଘଟଣା

ରାଜକୁମାର କହିଛନ୍ତି ଯେ, ଏହି ଘୃଣ୍ୟ ଅପରାଧ ପାଇଁ କର୍ତ୍ତୃପକ୍ଷ ୧୨ ଜଣଙ୍କୁ ଗିରଫ କରିଛନ୍ତି। ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି ପରିଷଦର ତଥ୍ୟ ଉଦ୍ଧୃତ କରି ସେ କହିଛନ୍ତି ଯେ, ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ୨,୪୪୨ ହିଂସା ଘଟଣା ଘଟିଛି ଏବଂ ୧୫୦ରୁ ଅଧିକ ମନ୍ଦିର ଭଙ୍ଗାଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button