ଦେଶ ବିଦେଶ

Kedarnath: କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: ୪ ହଜାର ପର୍ଯ୍ୟଟକ ଫସିଲେ

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନରେ ଥିବା କେଦାରନାଥ ପୀଠ ପର୍ଯ୍ୟଟନ ମାର୍ଗରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିବା ଯୋଗୁଁ ପ୍ରାୟ ୪,୦୦୦ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନରେ ଥିବା କେଦାରନାଥ ପୀଠ ପର୍ଯ୍ୟଟନ ମାର୍ଗରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିବା ଯୋଗୁଁ ପ୍ରାୟ ୪,୦୦୦ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ମାଟି ଓ ପଥର ଅତଡ଼ା ଧସିବା ଜାରି ରହିଥିବାରୁ ଯାତାୟାତ ମାର୍ଗକୁ ସଫା କରିବା ପାଇଁ ପ୍ରଶାସନିକ ସ୍ତରରେ ବହୁ ସମସ୍ୟା ସୃଷ୍ଟି ହୋଇଛି। ପ୍ରତିକୂଳ ପାଣିପାଗ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରବିବାର ସରକାରୀ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ଏବଂ ସମସ୍ତ ହେଲିକପ୍ଟର ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button