Kendrapara District Hospital: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍ରେ ବିଚିତ୍ର ବ୍ୟବସ୍ଥା: ଠିକାରେ ଚାଲିଛି ଶବ ବ୍ୟବଚ୍ଛେଦ
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ବ୍ୟବସ୍ଥା ସାମନାକୁ ଆସିଛି। ଶବ ବ୍ୟବଚ୍ଛେଦ କରିବାକୁ ଏଠି ନାହାନ୍ତି ସ୍ଥାୟୀ କର୍ମଚାରୀ। ଠିକାରେ ଶବ ବ୍ୟବଚ୍ଛେଦ ଚାଲିଛି। ଶବ ସ˚ରକ୍ଷଣ ପାଇଁ ସର୍ବନିମ୍ନ ଫ୍ରିଜର୍ ସୁବିଧା ନାହିଁ। ଯେଉଁ ଫ୍ରିଜର୍ଟି ଥିଲା, ଚାରିମାସ ତଳୁ ତାହା ଅଚଳ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ବ୍ୟବସ୍ଥା ସାମନାକୁ ଆସିଛି। ଶବ ବ୍ୟବଚ୍ଛେଦ କରିବାକୁ ଏଠି ନାହାନ୍ତି ସ୍ଥାୟୀ କର୍ମଚାରୀ। ଠିକାରେ ଶବ ବ୍ୟବଚ୍ଛେଦ ଚାଲିଛି। ଶବ ସ˚ରକ୍ଷଣ ପାଇଁ ସର୍ବନିମ୍ନ ଫ୍ରିଜର୍ ସୁବିଧା ନାହିଁ। ଯେଉଁ ଫ୍ରିଜର୍ଟି ଥିଲା, ଚାରିମାସ ତଳୁ ତାହା ଅଚଳ। ଅଧିକା˚ଶ ଶବ ବ୍ୟବଚ୍ଛେଦ ଖୋଲା ଆକାଶ ତଳେ କରାଯାଉଥିଲା ବେଳେ ବର୍ଷା ହେଲେ କଥା ସରିଲା। ଘର ଭିତରେ ଶବ ବ୍ୟବଚ୍ଛେଦ ମୁସ୍କିଲ୍ ହୋଇପଡ଼ୁଛି। ଇନଭର୍ଟର୍ ସୁବିଧା ନ ଥିବାରୁ ବିଜୁଳି ଗଲେ ଅନ୍ଧାର ଯୋଗୁଁ ବ୍ୟବଚ୍ଛେଦ ବନ୍ଦ ରହୁଛି। ଟାଙ୍କି ଥିଲେ ମଧ୍ୟ ମୋଟର ପୋଡ଼ି ଯାଇଥିବାରୁ ପାଣି ଆସୁନି। ଦୁଇ ଠିକା କର୍ମଚାରୀଙ୍କ ଜରିଆରେ ଶବ ବ୍ୟବଚ୍ଛେଦ କରାଯାଉଥିବା ବେଳେ ତିନିମାସ ହେବ ସେମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହେଉଛି।
୨୦୨୩ ମସିହାରୁ ଖଡ଼ିଅଙ୍ଗରୁ ଜିଲ୍ଲା ହସ୍ପିଟାଲ୍ ସ୍ଥାନାନ୍ତର ହେଇ ଇଚ୍ଛାପୁରସ୍ଥିତ ଅତ୍ୟାଧୁନିକ କୋଠାକୁ ଆସିଲାଣି। ଏହା ଭିତରେ ସାଢେ଼ ତିନିବର୍ଷରୁ ଅଧିକ ବିତିଲାଣି। କିନ୍ତୁ ଶବ ବ୍ୟବଚ୍ଛେଦ ଏବେବି ସାତ କିଲୋମିଟର ଦୂର ପୁରୁଣା ହସ୍ପିଟାଲ୍ର ବିପଦସ˚କୁଳ କୋଠାରେ ଚାଲିଛି। ନୂଆ ହସ୍ପିଟାଲ୍ ପରିସରରେ ବ୍ୟବଚ୍ଛେଦ ଗୃହ ନିର୍ମାଣ କାଗଜପତ୍ରରେ ସୀମିତ ରହିଛି। ପୁରୁଣା ଘରେ ନାନା ସମସ୍ୟାରେ ଶବ ବ୍ୟବଚ୍ଛେଦ କରାଯାଉଛି। ଅସରାଏ ବର୍ଷା ହେଲେ ଭିତରେ ପାଣି ଜମୁଛି। ପାଣିଟାଙ୍କି ଥିଲେ ବି ମୋଟର ଅଚଳ। ବିଜୁଳି କଟିଲେ ଶବ ବ୍ୟବଚ୍ଛେଦ ବନ୍ଦ ରହୁଛି। ଏହି କାରଣରୁ ଅଧିକା˚ଶ ସମୟ ଖୋଲା ଆକାଶ ତଳେ ଶବ ବ୍ୟବଚ୍ଛେଦ କରାଯାଉଛି। ଫ୍ରିଜର୍ ଅଚଳ ହେବାକୁ ଚାରିମାସରୁ ଅଧିକ ବିତିଲାଣି। ସମ୍ପୃକ୍ତ କମ୍ପାନିକୁ ଏକାଧିକବାର ଜଣା ସରିଲାଣି। ମାତ୍ର ପଦକ୍ଷେପ ଶୂନ। ନିକଟରେ ଏକ ଅଜଣା ଶବ ନେବାକୁ ପରିବାର ଲୋକ ଆସିବାରେ ବହୁତ ବିଳମ୍ବ କଲେ। ଶବ ପଚି ଉତ୍କଟ ଗନ୍ଧ ହେବାରୁ କର୍ତ୍ତୃପକ୍ଷ ଏକ ସ୍ବେଚ୍ଛାସେବୀ ସ˚ଗଠନର ଫ୍ରିଜର୍ ଆଣି ରଖିବାକୁ ବାଧୢ ହେଲେ।
ସୌଜନ୍ୟ ସମ୍ବାଦ




