Khalida’s funeral: ଖାଲିଦାଙ୍କ ଶେଷକୃତ୍ୟରେ ଯୋଗଦେଲେ ଜୟଶଙ୍କର: ତାରିକ ରହମାନଙ୍କୁ ଭେଟିଲେ, ମୋଦୀଙ୍କ ପତ୍ର ପ୍ରଦାନ କଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି। ଢାକାରେ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଖାଲିଦାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୮୦ ବର୍ଷୀୟା ଖାଲିଦାଙ୍କୁ ତାଙ୍କ ସ୍ବାମୀ ତଥା ସ୍ବର୍ଗତ ବାଂଲାଦେଶ ରାଷ୍ଟ୍ରପତି ଜିଆଉର୍‌....

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି।  ଢାକାରେ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଖାଲିଦାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୮୦ ବର୍ଷୀୟା  ଖାଲିଦାଙ୍କୁ ତାଙ୍କ ସ୍ବାମୀ  ତଥା ସ୍ବର୍ଗତ ବାଂଲାଦେଶ ରାଷ୍ଟ୍ରପତି ଜିଆଉର୍‌ ରହମାନଙ୍କ କବର ନିକଟରେ ମାଣିକ ମିୟା ଆଭେନ୍ୟୁରେ କବର ଦିଆଯାଇଛି। ଖାଲିଦାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସମେତ ଅନେକ ବିଦେଶ ନେତା ଯୋଗ ଦେଇଛନ୍ତି।

ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର୍‌ ମଧ୍ୟ ଖାଲିଦାଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ଅନ୍ତିମ ସଂସ୍କାର ସମ୍ପନ୍ନ ହେବା ପୂର୍ବରୁ ଜୟଶଙ୍କର ଖାଲିଦା ଜିଆଙ୍କ ପୁଅ  ତଥା କାର୍ଯ୍ୟକାରୀ ବିଏନ୍‌ପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟିଥିଲେ ଏବଂ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକବାର୍ତ୍ତା ସମ୍ବଳିତ ପତ୍ର ହସ୍ତାନ୍ତର କରିଥିଲେ।  ଜୟଶଙ୍କର ମଧ୍ୟ ଏହି ଅବସରରେ ପାକିସ୍ତାନର ବାଚସ୍ପତିି ସର୍ଦ୍ଦାର ଆୟଜ ସଦିକ୍‌ଙ୍କୁ ଭେଟିଥିଲେ। ଖାଲିଦାଙ୍କ ବିୟୋଗରେ ଏବେ ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ ଚାଲିଛି ଏବଂ ବିଦେଶୀ ନେତାଙ୍କ ଆଗମନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version