ଦେଶ ବିଦେଶ

Kharge rally: ଉତ୍ତରାଖଣ୍ଡରେ ଖଡ଼ଗେଙ୍କ ସଭା ପରେ ‘ଶୁଦ୍ଧିକରଣ’

ଉତ୍ତରାଖଣ୍ଡର ହଲଦ୍ୱାନୀସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନସଭାର ଦୁଇ ଦିନ ପରେ ଏକ ଦକ୍ଷିଣପନ୍ଥୀ ସଂଗଠନ ଦ୍ୱାରା ‘ଶୁଦ୍ଧିକରଣ’ ଉତ୍ସବ ଆୟୋଜନ କରାଯିବା ମାମଲାକୁ ନେଇ ସଂସଦର ମୌସୁମୀ ଅଧିବେଶନର ଶେଷ...

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହଲଦ୍ୱାନୀସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନସଭାର ଦୁଇ ଦିନ ପରେ ଏକ ଦକ୍ଷିଣପନ୍ଥୀ ସଂଗଠନ ଦ୍ୱାରା ‘ଶୁଦ୍ଧିକରଣ’ ଉତ୍ସବ ଆୟୋଜନ କରାଯିବା ମାମଲାକୁ ନେଇ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ଗୁରୁବାର ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଗୃହର କାର୍ଯ୍ୟସୂଚୀ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭାପତି ଅଭିଯୋଗ କରିଥିଲେ ଯେ ଗତ ଅଗଷ୍ଟ ୮ ତାରିଖରେ ସେ ଯେଉଁ ମଞ୍ଚରୁ ଭାଷଣ ଦେଇଥିଲେ, ବିଜେପି କର୍ମୀମାନେ ସେଠାରେ ଏକ ‘ହୋମ’ କରି ସେହି ସ୍ଥାନର ଶୁଦ୍ଧିକରଣ କରିଛନ୍ତି।

ସେ ଜଣେ ଦଳିତ ସମୁଦାୟର ନେତା ହୋଇଥିବାରୁ ଏଭଳି କରାଯାଇଛି ବୋଲି ଦର୍ଶାଇ ସେ ପ୍ରଶ୍ନ କରିଥିଲେ ଯେ, ‘ଏହା କ’ଣ ଗଣତନ୍ତ୍ରର ଶୈଳୀ? ଆପଣମାନେ ସମ୍ବିଧାନକୁ କିଭଳି ସୁରକ୍ଷା ଦେଉଛନ୍ତି?। ଖଡ଼ଗେଙ୍କ ଏହି ବୟାନ ପରେ କଂଗ୍ରେସ ସାଂସଦମାନେ ଗୃହରେ ପ୍ରବଳ ସ୍ଲୋଗାନବାଜି କରିଥିଲେ। ସେହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ କଂଗ୍ରେସ ସଦସ୍ୟମାନଙ୍କକୁ ଶାନ୍ତ କରିବାକୁ ଚେଷ୍ଟା କରି କହିଥିଲେ ଯେ ‘ଅସ୍ପୃଶ୍ୟତା’ ଠାରୁ ବଡ଼ ପାପ କିଛି ନାହିଁ ଏବଂ ଏହା ନିନ୍ଦନୀୟ, ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ଗିରଫ କରାଯିବା ଉଚିତ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button