ଦେଶ ବିଦେଶ

Dead: ବିଦେଶରେ ଦୁଇ ଜଣ ଭାରତୀୟ ଯୁବକଙ୍କ ମୃତ୍ୟୁ

ତେଲେଙ୍ଗାନାର ୨ ଜଣ ଯୁବକଙ୍କର ବିଦେଶରେ ପୃଥକ୍‌ ଘଟଣାରେ ମୃତ୍ୟୁ ହୋଇଯାଇଛି। ହନମକୋଣ୍ଡା ଜିଲ୍ଲାର ଭରତ ଚନ୍ଦ୍ର ରେଡ୍ଡୀଙ୍କର ଫ୍ଲୋରିଡ଼ା ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଅଗ୍ନିକାଣ୍ଡରେ ସେ ଗୁରୁତର ଭାବେ ପୋଡ଼ିଯାଇଥିଲେ।

ହାଇଦ୍ରାବାଦ: ତେଲେଙ୍ଗାନାର ୨ ଜଣ ଯୁବକଙ୍କର ବିଦେଶରେ ପୃଥକ୍‌ ଘଟଣାରେ ମୃତ୍ୟୁ ହୋଇଯାଇଛି। ହନମକୋଣ୍ଡା ଜିଲ୍ଲାର ଭରତ ଚନ୍ଦ୍ର ରେଡ୍ଡୀଙ୍କର ଫ୍ଲୋରିଡ଼ା ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି।ଅଗ୍ନିକାଣ୍ଡରେ ସେ ଗୁରୁତର ଭାବେ ପୋଡ଼ିଯାଇଥିଲେ। ୧୫ ଦିନ ଚିକିତ୍ସା‌ରେ ରହିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ୨୯ ବର୍ଷୀୟ ଏହି ଯୁବକଙ୍କ ଶରୀର ଜୁଲାଇ ୨୫ ତାରିଖରେ ପାଖାପାଖି ୭୫ ପ୍ରତିଶତ ଜଳି ଯାଇଥିଲା।

ଭରତ ୨୦୨୩ରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। ତାଙ୍କ ବାପାମା’ ତାଙ୍କୁ ପାଠ ପଢ଼ାଇବା ପାଇଁ ଅନେକ ତ୍ୟାଗ କରିଥିଲେ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି। ଭରତଙ୍କ ଚିକିତ୍ସା ପାଇଁ ମଧ୍ୟ ସେମାନେ ସେମାନଙ୍କ ସବୁ ସଞ୍ଚୟ ଶେଷ କରିଦେଇଛନ୍ତି। କିନ୍ତୁ ପୁଅକୁ ବଞ୍ଚାଇ ପାରିଲେନି। ଉଲ୍ଲେଖଯୋଗ୍ୟ, ଭରତ ପାଠ ଶେଷ ପରେ ନିଜ ପରିବାର ସହ ରହିବା ପାଇଁ ଭାରତ ଫେରିବାକୁ ଯୋଜନା କରିଥିଲେ।

ସେହିପରି ପୃଥକ୍‌ ଘଟଣାରେ ଜଗତିଆଲ ଜିଲ୍ଲାର ମହମ୍ମଦ ଅବଦୁଲ ଜାୱଦଙ୍କର ମାଲଟାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଜାୱଦ ଏକ ଟୟଟା ଟ୍ରକ୍‌ ଚଲାଉଥିବା ବେଳେ ଏହା ଏକ ଟ୍ରେଲର୍‌ ସହ ଧକ୍କା ହୋଇଥିଲା। ଏହି ଘଟଣା‌‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜାୱଦଙ୍କ ପରିବାର ସଦସ୍ୟ ଏବେ ତାଙ୍କ ଦେହାବଶେଷକୁ ତେଲେଙ୍ଗାନା ଫେରାଇ ଆଣିବା ପାଇଁ ସରକାରଙ୍କ ସହଯୋଗ ମାଗିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button