ଗାର୍ଗୀ ଶତପଥୀ
ସମ୍ବଲପୁର: ୨୦ ବର୍ଷରୁ ଅଧିକ ସମୟ ହେଲା ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିଡ୍ନି ରୋଗ ପ୍ରବଣ ହୋଇସାରିଛି। ରେଢ଼ାଖୋଲ ଏନ୍ଏସି ଅନ୍ତର୍ଗତ କୁହି, ପୋଡ଼ାବଲଣ୍ଡା, ପୁରୁଣାଗ଼ଡ଼, ବଂଶାଜାଲ ସମେତ ୧୦ ପଞ୍ଚାୟତରେ ରୋଗୀସଂଖ୍ୟା ବଢ଼ିବାରେ ଲାଗିଛନ୍ତି। ତ୍ରିବଣପୁର ପଞ୍ଚାୟତ ଓ କୁହିର ଅବସ୍ଥା ଏଭଳି ଯେ ଅଧିକାଂଶଙ୍କ ଘରେ ଅନ୍ୟୂନ ଜଣେ କିଡ୍ନି ରୋଗରେ ପୀଡ଼ିତ କିମ୍ବା ମୃତ। ସ୍ବାସ୍ଥ୍ୟ ବିଭାଗର ବାରମ୍ବାର ସୁପାରିସ ପରେ ବି ଜଳଯୋଗାଣ ବ୍ୟବସ୍ଥାକୁ ବଦଳାଉନି ଆର୍ଡବ୍ଲ୍ୟୁଏସ୍ଏସ୍। ଅବସ୍ଥା ସାଂଘାତିକ ହେବା ପରେ ବି ରୋଗର କାରଣ କେହି ଖୋଜୁନାହାନ୍ତି।

