kitchen-vastu : ସାବଧାନ ! ରୋଷେଇ ଘରେ ବ୍ୟବହାର କରୁଛନ୍ତି କି ଜୋତା ? ହୋଇପାରେ ଏହି ସବୁ ସମସ୍ୟା

ରୋଷେଇ ଘର କେବଳ ରୋଷେଇ ପାଇଁ ନୁହେଁ, ବରଂ ଘରର ପବିତ୍ରତା ଏବଂ ସମୃଦ୍ଧିର କେନ୍ଦ୍ର ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁଠାରେ ଖାଦ୍ୟକୁ ଶ୍ରଦ୍ଧାର ସହିତ ଗ୍ରହଣ କରାଯାଏ। ସେଠାରେ ଦେବୀ ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ବାସ କରନ୍ତି। ତେଣୁ ଚପଲ ପିନ୍ଧି ରୋଷେଇ ଘରକୁ ପ୍ରବେଶ କରିବା ଅଶୁଭ ବୋଲି ବିବେଚନା କରାଯାଏ।

ନୂଆଦିଲ୍ଲୀ ୨୪।୦୩; ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ସବୁଠୁ ଗୁରୁତ୍ବପୂର୍ଣ ସ୍ଥାନ ବୋଲି କୁହାଯାଏ । ଏହାର ସିଧା ସମ୍ବନ୍ଧ ଘର ସଦସ୍ୟଙ୍କ ସ୍ବାସ୍ଥ୍ୟ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତି ସହିତ ଜଡ଼ିତ। ଆଜିକାଲି ଅନେକ ଲୋକ ଘରେ ଜୋତା, ଚପଲ ବ୍ୟବହାର କରୁଛନ୍ତି। ହେଲେ ଭାରତୀୟ ସଂସ୍କୃତିରେ ରୋଷେଇ ଘରକୁ ଜୋତା ପିନ୍ଧି ଯିବା ଉପରେ ଶକ୍ତ କଟକଣା ଅଛି । ଏହି ସ୍ଥାନ ଅତ୍ୟନ୍ତ ପବିତ୍ର ଓ ଶୁଦ୍ଧ ରହିବା ଉଚିତ । ଏହାସହ ରୋଷେଇ ଘରକୁ ଚପଲ ପିନ୍ଧି ଯିବ। ଦ୍ବାରା ଅଗ୍ନି ଏବଂ ପୃଥିବୀ ତତ୍ତ୍ବର ସନ୍ତୁଳନ ବିଗିଡ଼ି ଯାଏ ।

-କାହିଁକି ନା ବାସ୍ତୁ ଶାସ୍ତ୍ର ଅନୁସାରେ, ରୋଷେଇ ଘର ହେଉଛି ଅତ୍ୟନ୍ତ ପବିତ୍ର ସ୍ଥାନ I ଏହି ସ୍ଥାନରେ ଅଗ୍ନି ଦେବ ଏବଂ ଅନ୍ନପୂର୍ଣ୍ଣା ଦେବୀଙ୍କ ଶାସନ ଚାଲେ। ଜୋତା ପିନ୍ଧି ରୋଷେଇ ଘରକୁ ଗଲେ ବାହରର ଅପରିଷ୍କାର, ନକାରାତ୍ମକ ଶକ୍ତି ଭିତରକୁ ଆସେ । ଏହାଦ୍ଵାରା ପବିତ୍ରତା ଏବଂ ଶକ୍ତିରେ ବାଧା ସୃଷ୍ଟି ହୁଏ ।

-ରୋଷେଇ ଘରକୁ ଜୋତା, ପିନ୍ଧି ଯିବା ଅଶୁଭ ଅଟେ। ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହୁଏ । ପରିବାରରେ କଳି ଝଗଡ଼ା ଲାଗି ରହେ । ଫଳରେ ଘରର ଶାନ୍ତି ଭଙ୍ଗ ହୁଏ ।

-ରୋଷେଇ ଘରକୁ ଚପଲ ପିନ୍ଧି ଯିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ଏହାସହ ବ୍ୟକ୍ତିଗତ ଓ ବୃଦ୍ଧିଗତ ଜୀବନରେ ସମସ୍ୟା ସାମ୍ନା କରିବାକୁ ପଡ଼େ ।

-ରୋଷେଇ ଘରେ ଚପଲ ବ୍ୟବହାର କଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାକୁ ସାମ୍ନା କରନ୍ତି । ଏହା ସହ ଅନେକ କାର୍ଯ୍ୟ ପୂରା ନହୋଇ ଅଧାରୁ ଅଟକି ଯାଏ ।

ସୌଜନ୍ୟ Prameya News7

Exit mobile version