ରାଜ୍ୟ

Kumki Elephant Training Centre: କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳା, ଉଠ, ବସ, ସଲାମ୍‌, ଆକର୍ଷଣ ପାଲଟିଛନ୍ତି କାହ୍ନା-ରାଧିକ

ଭୁବନେଶ୍ୱର, ୨୮/୯: ଉଠ କହିଲେ, ଦୁଲ୍‌କିନା ଉଠୁଛନ୍ତି । ବସ କହିଲେ, ପଛ ଗୋଡ଼ରେ ଆଣ୍ଠେଇ ଚୁପ୍‌ଚାପ୍ ବସୁଛନ୍ତି । ସଲାମ କହୁ କହୁ ଶୁଣ୍ଢକୁ ଉଠାଇ ସ୍ୟାଲୁଟ୍ କରୁଛନ୍ତି । ଏହା କୌଣସି ସାମରିକ ତାଲିମ କି ସ୍କୁଲରେ ସକାଳ ବେଳା ବ୍ୟାୟାମର ଦୃଶ୍ୟ ନୁହେଁ । ଏଠି କେହି ସୈନିକ, ପୁଲିସ କି ସ୍କୁଲର ଛାତ୍ରଛାତ୍ରୀ ବି ତାଲିମ୍ ନେଉନାହାନ୍ତି । ଏହା ହେଉଛି କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳାରେ ସ୍ୱତନ୍ତ୍ର ତାଲିମର ଦୃଶ୍ୟ । ଯେଉଁଠି ୮ଟି ଗଜରାଜ ମାହୁନ୍ତମାନଙ୍କ ବୋଲକୁ ଅକ୍ଷରେ ଅକ୍ଷରେ ମାନୁଛନ୍ତି । ଅର୍ଡର ପାଇବା କ୍ଷଣି ଏଭଳି କିଛି ନିଆରା କୌଶଳର ଫଟାଫଟ୍ ପ୍ରଦର୍ଶନ କରୁଛନ୍ତି । କୁମକି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୋଟ ବଡ଼ ହେଇ ୯ଟି ହାତୀ ଅଛନ୍ତି । ଦୁର୍ଦ୍ଦାନ୍ତ ‘ଶଙ୍କର’କୁ ବାଦ୍ ଦେଲେ, ଅନ୍ୟ ସବୁ ହାତୀ ଏଠି ସୁନା ପିଲା ଭଳି ତାଲିମ ନେଉଛନ୍ତି । ସକାଳ ହେବା କ୍ଷଣି ଏମାନଙ୍କ ପାଠପଢ଼ା ଆରମ୍ଭ ହୁଏ ।

 

କୁମାରଖୁଣ୍ଟିର ମୁଖ୍ୟ ଆକର୍ଷଣ ସାଜିଛନ୍ତି କାହ୍ନା ଓ ରାଧିକା । କାହ୍ନାର ବୟସ ୨ ବର୍ଷ ୨ ମାସ । ରାଧିକାର ବୟସ ବି ପାଖାପାଖି ସମାନ । ୨୦୨୪ ନଭେମ୍ବର ୨ରେ କେନ୍ଦୁଝର ଚମ୍ପୁଆ ରେଞ୍ଜରୁ ଉଦ୍ଧାର ହୋଇଥିଲା କାହ୍ନା । ଡିହାଇଡ୍ରେସନ୍ରେ ଆକ୍ରାନ୍ତ ଓ ଆଘାତପ୍ରାପ୍ତ କୁନି ହାତୀକୁ ତା’ ମା’ କୋଣଠେସା କରିଦେଲା । ହାତୀ ପଲଠୁ ଦୂରେଇ ଯିବା ପରେ କୁମାରଖୁଣ୍ଟିର ସ୍ଥାୟୀ ସଦସ୍ୟ ପାଲଟିଲା କାହ୍ନା । ୨୦୨୪ ସେପ୍ଟେମ୍ବର ୧୬ରେ କଳାହାଣ୍ଡି ନର୍ଲାରୁ ଉଦ୍ଧାର ହୋଇଥିବା ଦେଢ଼ ବର୍ଷର ରାଧିକାର ବି କାହାଣୀ ପ୍ରାୟତଃ ସମାନ । ମା’ ଓ ପଲ ସହ ମିଶାଇବା ପାଇଁ ବନବିଭାଗ ଆପ୍ରାଣ ଚେଷ୍ଟା ବୃଥା ଯିବା ପରେ ରାଧିକାକୁ କୁମାରଖୁଣ୍ଟିକୁ ଅଣାଗଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button