ମହାନଗର

Land Fraud Case ଜମି ଦେବା ନାଁରେ ଠକେଇ ମାମଲା: ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ଗିରଫ

ଜମି ଯୋଗାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ ଦିଲ୍ଲୀ ଓ ଭୁବନେଶ୍ବରରେ ଏକାଧିକ ମାମଲା ରହିଛି।

ଭୁବନେଶ୍ବର: ପୂର୍ବତନ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଆଜି(ଶୁକ୍ରବାର) ଭୁବନେଶ୍ବର-କଟକ ଯୁଗ୍ମ କମିସନରେଟ୍‌ ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ ଜମି କାରବାରରେ ଠକେଇ ନେଇ ଦିଲ୍ଲୀ ଓ ଭୁବନେଶ୍ବରରେ ଏକାଧିକ ମାମଲା ଦାଏର ହୋଇଥିଲା।

ସୂଚନାନୁସାରେ, କମିସନରେଟ୍‌ ପୁଲିସର ଏକ ଟିମ୍‌ ଆଜି ସନ୍ଧ୍ୟାରେ ଚଢ଼ାଉ କରି ଅଜିତଙ୍କୁ ନୟାପଲ୍ଲୀସ୍ଥିତି ନୂଆସାହି ବାସଭବନରୁ ଗିରଫ କରିଛି। ତାଙ୍କ ବିରୋଧରେ ଭୁବନେଶ୍ବର ଇ‌ନ୍‌ଫୋସିଟି ଥାନା ଓ ଦିଲ୍ଲୀର ପଟିଆଲା କୋର୍ଟରେ ମାମଲା ଦାୟର ହୋଇଛି। ତ୍ରିଶୁଳିଆ ଅଞ୍ଚଳରେ ଭଲ ଲୋକେସନ୍‌ରେ ଘରବାଡ଼ି ଜାଗା ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ। ଜାଗା ଦେବାକୁ ଚାପ ପକାଇବାରୁ ବିଭିନ୍ନ ବାହାନା ଦେଖାଇ ଏହାକୁ ଏଡ଼ାଇଚାଲିଥିଲେ। ଅଜିତଙ୍କ ଠକେଇର ଶିକାର ସାଂସଦ ସୁଜିତ କୁମାର ଓ ଅନ୍ୟ ତିନିଜଣ ହୋଇଛନ୍ତି। ସେମାନେ ପୃଥକ ଭାବେ ପୁଲିସ ଥାନାରେ ମାମଲା ଦାଏର କରିଛନ୍ତି।

ସାଂସଦ ସୁଜିତ, ଦିଲ୍ଲୀର ତୋଗଲକ ଥାନାରେ ୨୦୨୪ରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାରେ  ଦିଲ୍ଲୀ ପଟିଆଲା କୋର୍ଟରେ ବାରମ୍ବାର ସମନ ସତ୍ତ୍ବେ ସେ ହାଜର ହେଉନଥିଲେ। ଫଳରେ ଅଜିତଙ୍କୁ କୋର୍ଟ ପଳାତକ ଘୋଷଣା କରିଥିଲେ।

ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ କୌଣସି ପ୍ରେସ୍‌ ସୂଚନା ଦିଆଯାଇନାହିଁ। ଏନେଇ ଅଭିଯୁକ୍ତ ଅଜିତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ବିରୋଧରେ ସମସ୍ତ ଅଭିଯୋଗ ମିଛ। ତାଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଥିବା କଥା ସେ ଜାଣନ୍ତି ନାହିଁ। ସେ ଦିଲ୍ଲୀ କୋର୍ଟରୁ କୌଣସି ସମନ ଗ୍ରହଣ କରିନାହାନ୍ତି। ତାଙ୍କ ଗାଁ ଠିକଣାରେ ଏହା ଆସିଥାଇପାରେ, କିନ୍ତୁ ସେ ସମନ ସମ୍ପର୍କରେ କିଛି ଜାଣନ୍ତି ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button